କଫ ସିରଫ୍ ଚୋରା ଚାଲାଣ । ୭୮ କଫ୍ ସିରଫ୍ ବୋତଲ ଜବତ ଓ ୩ ଜଣ ଅଟକ ।


(୦୧/୬) ଲୋଇସିଂହା ଥାନା ପକ୍ଷରୁ ବିନ୍ଧାପାଲିସ୍ଥିତ ଶ୍ରୀକ୍ଷେତ୍ର ନଗରରେ ଚୋରା କଫ୍ ସିରଫ୍ କାରବାର ଯୋଗୁଁ ୩ ଜଣଙ୍କୁ ଥାନାରେ ଅଟକ ରଖା ଯିବା ସହ ସେମାନଙ୍କଠୁ ୭୮ ଟି କଫ୍ ସିରଫ୍ ବୋତଲ ଓ ୩ ଟି ମୋଟର ସାଇକେଲ ଜବତ କରାଯାଇଛି । ଏହାବ୍ୟତୀତ ୬ ଟି ବଟିକା ଥିବା ଗୋଟିଏ ଷ୍ଟ୍ରିପ ଆଲଫ୍ରାଜୋଲାମ ବଟିକା ଓ ୪ ଟି ଖାଲି ପ୍ୟାକେଟ ଜବତ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ । ଏ ସମ୍ପର୍କରେ ଥାନା କେଶ ନଂ.୧୭୭/୨୦ ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା ୨୭୪/୨୭୫/୩୪ ଅନୁଯାୟୀ ଅଧିକ ତଦନ୍ତ ଜାରି ରହିଛି । ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଅଂଚଳର ଆନନ୍ଦ ପୁଟେଲ, ନେପାଳ ସାହୁ ଓ ଜହିର ଖାନ୍ ଓରଫ୍ ବିକି ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କଫ ସିରଫ୍ ଚୋରା ଚାଲାଣ । ୭୮ କଫ୍ ସିରଫ୍ ବୋତଲ ଜବତ ଓ ୩ ଜଣ ଅଟକ ।