ରାଜ୍ୟରେ ଆଜି ଆହୁରି ୬୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ଯାଜପୁରର ୩୧ ଜଣ, ଖୋର୍ଦ୍ଧାର ୩ ଜଣ, ପୁରୀର ୪ ଜଣ, ନୟାଗଡ଼ ଓ ମୟୁରଭଞ୍ଜର ୨ ଜଣ ଲେଖାଏଁ, କଟକର ୬ ଜଣ, ଗଞ୍ଜାମର ୧୩ ଜଣ ଓ କେନ୍ଦ୍ରାପଡ଼ାର ୪ ଜଣ ରହିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ ହୋଇଥିବାବେଳେ ୨୭୫୦ ଜଣ ମୃତ୍ୟୁ ବରଣ କଲେଣି ଆଉ ୩୦ ହଜାର ୨୫୮ ଜଣ ଭଲ ହେଲେଣି । ତେବେ ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୪ ହଜାର ୨୮୫ ହୋଇଥିବାବେଳେ ୮୮ ହଜାର ୫୦୭ ଜଣ ମୃତ୍ୟ ବରଣ କଲେଣି । ବିଶ୍ୱରେ ଏଯାଏଁ ୩ ଲକ୍ଷ ୮ ହଜାର ୬୭୬ ଜଣ ମୃତ୍ୟୁ ବରଣ କରିଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୨୯ ହଜାର ୪୦. ତେବେ ଏମାନଙ୍କ ଭିତରୁ ୧୭ ଲକ୍ଷ ୬୧ ହଜାର ୬୨ ଜଣ ଭଲ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
ରାଜ୍ୟରେ କରୋନା ମାମଲା ୭୩୭, ବିଶ୍ୱରେ ପାଖାପାଖି ୫୦ ଲକ୍ଷକୁ ବୃଦ୍ଧି
