ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ, ସାରା ବିଶ୍ୱରେ ଏହା ୩୦ ଲକ୍ଷକୁ ଡେଇଁଲା


ରାଜ୍ୟରେ ଗତକାଲି ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ଆହୁରି ୭ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଯଦ୍ୟପି ଏହା ସରକାର ଏଯାଏଁ ପ୍ରକାଶ କରି ନାହାନ୍ତି, ତଥାପି ଖୁବ୍ ଶୀଘ୍ର ତାହା ସେ ପ୍ରକାଶ କରିବେ ବୋଲି ଆଶା ରହିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୧୮ ରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଦେଶରେ ବର୍ତ୍ତମାନ କରୋନା ମାମଲା ୨୯୪୫୧ କୁ ବୃଦ୍ଧି ପାଇଥିବାବେଳେ ୯୩୯ ଜଣ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ଆହୁରି ମଧ୍ୟ ସାରା ବିଶ୍ୱରେ କରୋନା ମାମଲା ୩୦ ଲକ୍ଷକୁ ଡେଇଁ ଗଲାଣି । ବର୍ତ୍ତମାନ ଏହି ସଂଖ୍ୟା ୩୦ ଲକ୍ଷ ୬୫ ହଜାର ୩୭୨ ରେ ପହଂଚିଥିବା ଜଣା ପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ, ସାରା ବିଶ୍ୱରେ ଏହା ୩୦ ଲକ୍ଷକୁ ଡେଇଁଲା