ରାଜ୍ୟରେ ଦିନକୁୁ ଦିନ କରୋନା ପରିସ୍ଥିତ ସାଂଘାତିକ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଯେପରି ମାତ୍ରାରେ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି, ତାହାକୁ ବିଚାର କଲେ, କେଜାଣି ଗୋଟିଏ ସପ୍ତାହ ଭିତରେ କରୋନା ମାମଲା ସଂଖ୍ୟା ଚାରି ଅଙ୍କକୁ ଛୁଇଁବ ବୋଲି ମନେ ହେଲାଣି । ଆଜି ଚିହ୍ନଟ ହୋଇଥିବା ୮୬ ଜଣଙ୍କ ଭିତରୁ ଗଞ୍ଜାମର ୪୨ ଜଣ, ଯାଜପୁରର ୧୭ ଜଣ, କେନ୍ଦ୍ରାପଡାର ୧୩ ଜଣ, ଭଦ୍ରକର ୯ ଜଣ, ଖୋର୍ଦ୍ଧାର ୩ ଜଣ ଓ ସୁନ୍ଦରଗଡ଼ର ୨ ଜଣ ରହିଛନ୍ତି । ବର୍ତ୍ତମାନ ଯାଏଁ ମିଳିଥିବା ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ୨ ଲକ୍ଷ ୯୮ ହଜାର ୪୧୦ ଜଣ ମୃତ୍ୟୁ ବରଣ କରିଥିବାବେଳେ ୪୪ ଲକ୍ଷ ୪୪ ହଜାର ୨୬୭ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଭିତରୁ ଭାରତରେ ଏଯାଏଁ ୨୫୫୧ ଜଣ ମୃତ୍ୟୁ ବରଣ କରିଥିବାବେଳେ ୭୮ ହଜାର ୧୯୪ ଜଣଙ୍କୁ ଏଯାଏଁ ଚିହ୍ନଟ କରାଯାଇଛି । ସର୍ବାଧିକ କରୋନାର ଶୀକାର ହୋଇଥିବା ଆମେରିକାର ରିପୋର୍ଟକୁ ଦେଖିଲେ ସେଠାରେ ଏଯାଏଁ ୮୫ ହଜାର ୧୯୭ ଜଣ ମୃତ୍ୟୁ ବରଣ କରିଥିବାବେଳେ ୧୪ ଲକ୍ଷ ୩୦ ହଜାର ୩୪୮ ଜଣଙ୍କୁ ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି ।
ରାଜ୍ୟରେ କରୋନା ମାମଲା ସଂଖ୍ୟା ୬୨୪ କୁ ବୃଦ୍ଧି, ଖୁବ ଶୀଘ୍ର ଚାରି ଅଙ୍କକୁ ଛୁଇଁପାରେ ।
