(୦୨/୮) ରାଜ୍ୟରେ ବର୍ତ୍ତମାନ ଥିବା କୋଭିଡ୍ ପରୀକ୍ଷାଗାରରେ ହେଉଥିବା ପରୀକ୍ଷାର ରିପୋର୍ଟ ପାଇବାକୁ ବିଳମ୍ବ ହେଉଥିବାରୁ ସରକାର ରାଜ୍ୟରେ ଆହୁରି ୬ ଟି ସ୍ଥାନରେ ପରୀକ୍ଷାଗାର ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଗତ କାଲି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ପରୀକ୍ଷଣ ଦକ୍ଷତା ବୃଦ୍ଧି କରିବା ସହ ଉପଯୁକ୍ତ ସଙ୍ଗରୋଧ ଓ ଚିକିତ୍ସା ସୁବିଧାରେ ଅବହେଳା ନ କରିବାକୁ ପରାମର୍ଶ ଦେଇଥିଲେ । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଉଚ୍ଚ ସ୍ତରୀୟ ସମୀକ୍ଷାବେଳେ ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ନୂତନ ଭାବେ କୋଭିଡ୍ ପରୀକ୍ଷାଗାର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟରେ ଆହୁରି ୬ ଟି ସ୍ଥାନରେ କୋଭିଡ୍ ପରୀକ୍ଷାଗାର ଖୋଲିବ
