୩ ଦିନ ଭିତରେ ଗୋଟିଏ ଜାଗାରେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ


(୦୪/୭) ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ପତ୍ରାପାଲି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ପଟୁ ଆସୁଥିବା ଏକ ହିରୋହଣ୍ଡା ସିଡି ଡିଲକ୍ସ ବାଇକକୁ ଏକ ଅଜଣା ଗାଡ଼ି ଧକ୍କାରେ ବାଇକରେ ବସିଥିବା ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଇଁତଳା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡି଼ଛି । ସୂଚନାନୁଯାୟୀ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ଏହି ରାସ୍ତାରେ ଗତ ତିନି ଦିନ ଭିତରେ ଦୁର୍ଘଟଣା ଯୋଗୁଁ ଛଅ ଜଣଙ୍କ ମୃତ୍ୟୁ ହେଲାଣି । ପୁଇଁତଳା ପୋଲିସ ରାସ୍ତାରେ ପେଟ୍ରୋଲିଂକୁ କଡ଼ାକଡ଼ି କରୁ ନଥିବାରୁ ଏସବୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୩ ଦିନ ଭିତରେ ଗୋଟିଏ ଜାଗାରେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ