ଚୀନର ୫୯ ଟି ମୋବାଇଲ ଆପ ନିଷିଦ୍ଧ, ହେଲେ ପେଟିମ୍ କୁ କାହିଁକି ନୁହେଁ?


(୩୦/୬) ଭାରତ ଓ ଚୀନ ସୀମାକୁ ନେଇ ଚାଲିଥିବା ବଳ କଷାକଷିରେ ଭାରତ ସରକାର ଚୀନର ୫୯ ଟି ମୋବାଇଲ ଆପକୁ ଭାରତରେ ବ୍ୟବହାର କରିବାକୁ ନିଷିଦ୍ଧ କରିଛନ୍ତି । ଏଥିରେ ଟିକଟକ୍ ଭଳି ବହୁଳ ବ୍ୟବହୃତ ଆପ୍ ସମେତ ୟୁସି ବ୍ରାଉଜର ଭଳି ଅନେକ ଜଣାଶୁଣା ଆପ୍ ରହିଛି । ତେବେ ଏହି ଘଟଣାକୁ ନେଇ ଦେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯଦି ଏସବୁ ୫୯ ଟି ଆପକୁ ସରକାର ନିଷିଦ୍ଧ କଲେ ତେବେ ପେଟିଏମ୍କୁ କାହିଁକି ନିଷିଦ୍ଧ କଲେ ନାହିଁ? କେତେକ ଏହାକୁ ଭାରତ ସରକାରଙ୍କ ଏକ ଭଲ ପଦକ୍ଷେପ ବୋଲି କହୁଥିବାବେଳେ କେତେକ ଏହା କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି । ସୀମାରେ ଯେତେବେଳେ ସୈନିକ ମରୁଛନ୍ତି, ସେତେବେଳେ ସରକାର ମୋବାଇଲ ଆପକୁ କେବଳ ନିଷିଦ୍ଧ କରିବା ଠିକ ନୁହଁ ବୋଲି ମଧ୍ୟ କହିଛନ୍ତି । ଏହାଦ୍ୱାରା ଦେଶ ପ୍ରତି ପୂର୍ବରୁ ଆନ୍ତର୍ଜାତୀୟ ସ୍ତରରେ ଥିବା ଦକ୍ଷତାକୁ ଚୀନ ହାଲୁକା ଦୃଷ୍ଟିରେ ଦେଖିବ । କେବଳ ସେତିକି ନୁହେଁ, ଭାରତର ବଜାରରେ ମିଳୁଥିବା ଚୀନ ବ୍ରାଣ୍ଡର ଲାଭା, ଭିଭୋ, ସିଓମି ଭଳି ଅନ୍ୟ ମୋବାଇଲ ଫୋନ୍ ବିକ୍ରିକୁ ମଧ୍ୟ ନିଷିଦ୍ଧ କରିବା କଥା ବୋଲି ଲୋକେ ଆଲୋଚନା କରୁଛନ୍ତି । ଏପରିକି ଏହି ନିକଟରେ ଭାରତ ସରକାର ଚୀନର ଏକ ନିର୍ମାଣ କମ୍ପାନୀକୁୁ ଦେଇଥିବା ୧,୧୨୬ କୋଟି ଟଙ୍କାର ଠିକାକାମକୁ ମଧ୍ୟ ରଦ୍ଦ କରିଦେବା ଆବଶ୍ୟକ ବୋଲି ଲୋକେ ଆଲୋଚନା କରୁଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଚୀନର ୫୯ ଟି ମୋବାଇଲ ଆପ ନିଷିଦ୍ଧ, ହେଲେ ପେଟିମ୍ କୁ କାହିଁକି ନୁହେଁ?