ରାଜ୍ୟରେ ଗୋଟିଏ ଦିନରେ ୫୧ ପୋଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ହେଲା


ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ କରୋନା ପୋଜିଟିଭଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । କାଲି ଗୋଟିଏ ଦିନରେ ୩୪ ଜଣଙ୍କଠାରେ କରୋନା ପୋଜିଟିଭ ବାହାରି ଥିବାବେଳେ ଆଜି ପୁଣି ୫୧ ଜଣଙ୍କଠାରେ ବାହାରିଲାଣି । ଏହି ୫୧ ଜଣଙ୍କ ଭିତରେ ଗଞ୍ଜାମର ୪୩ ଜଣ, କେନ୍ଦ୍ରାପଡ଼ାର ୫ ଓ ଭଦ୍ରକ ଜିଲ୍ଲାର ୩ ଜଣ ଅଛନ୍ତି । ଦୁଇ ଦିନରେ ଯଦି ୮୫ ଜଣଙ୍କଠାରେ କରୋନା ଚିହ୍ନଟ ହେଲାଣି, ତେବେ ଏ ସଂଖ୍ୟା ଆଗକୁ କେତେ ଯେ ବଢିବ, ତାହା କେହି ବି ଅନୁମାନ କରିପାରିବ । ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କ ପାଇଁ ଏତେ ଚିନ୍ତିତ ଯେ, ରାଜ୍ୟରେ ଏହା ଏକ ସୀମା ଭିତରେ ଥିଲାବେଳେ ପ୍ରବାସୀ ଓଡ଼ିଆଙ୍କୁ ଡାକି ଆଣି ରାଜ୍ୟବାସୀଙ୍କ ଜୀବନ ସହିତ ବାଜି ଲଗେଇ ଦେଲେଣି ବୋଲି ମଧ୍ୟ ଲୋକେ କହିବା ଆରମ୍ଭ କଲେଣି । ସେ ଯାହା ବି ହେଉ, ରାଜ୍ୟର ଲୋକ ହେଉ କି ପ୍ରବାସୀ ଓଡ଼ିଆ ହୁଅନ୍ତୁ, ସମସ୍ତଙ୍କର ସୁରକ୍ଷା ପାଇଁ ତ ଧ୍ୟାନ ଦେବାକୁ ପଡ଼ିବ । କିନ୍ତୁ ପ୍ରବାସୀ ଓଡ଼ିଆଙ୍କ ପାଇଁ କେବଳ ଉଦାର ମନୋଭାବ ପୋଷଣ ନ କରି କ୍ୱାରେଣ୍ଟାଇନ ଓ ସାମାଜିକ ଦୂରତାର ନିୟମକୁ କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହା ସୁନିଶ୍ଚିତ କଲେ ବିଶେଷ ପ୍ରସାର ହୋଇ ପାରିବ ନାହିଁ । ସେହିପରି ଆଜି ଗୋଟିଏ ଦିନରେ ଦେଶରେ ୯୫୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏଯାଏଁ ୧୮୯୯ ଜଣ ପ୍ରାଣ ହରେଇଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଗୋଟିଏ ଦିନରେ ୫୧ ପୋଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ହେଲା