ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ତିନି ଦିନ ଭିତରେ ହଜାରକୁ ଡେଇଁବା ସମ୍ଭାବନା

ଆଜି ରାଜ୍ୟରେ ଆହୁରି ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ କୁ ବୃଦ୍ଧି ପାଇଛି । ଏହି ୪୯ ଜଣଙ୍କ ଭିତରେ କନ୍ଧମାଳର ୨ ଜଣ, ଯାଜପୁରର ୧୬ ଜଣ, ଗଞ୍ଜାମର ୧୨ ଜଣ, ପୁରୀର ୪ ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ର ୩ ଜଣ ଲେଖାଏଁ, ବଲାଙ୍ଗୀରର ୨ ଜଣ ଓ ବୌଦ୍ଧ-ଖୋର୍ଦ୍ଧା-କଟକର ଜଣେ ଲେଖାଏଁ ରହିଛନ୍ତି । ଏଥି ସହ କନ୍ଧମାଳ ଜିଲ୍ଲା ମଧ୍ୟ କରୋନା ଆକ୍ରାନ୍ତ ମଧ୍ୟରେ ଯୋଡ଼ି ହୋଇଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୧୬୯ ଥିବାବେଳେ ବର୍ତ୍ତମାନ ମଧ୍ୟ ୫୬,୩୧୬ ଜଣ ଚିକିତ୍ସାଧିନ ଥିବା ସୂଚନା ମିଳିଛି । ତେବେ ଆମେରିକାରେ ୧୫ ଲକ୍ଷ ୨୭ ହଜାର ୬୬୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଲକ୍ଷ ୯୦ ହଜାର ୨୯୭ ଜଣ ଏବେ ବି ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ତିନି ଦିନ ଭିତରେ ହଜାରକୁ ଡେଇଁବା ସମ୍ଭାବନା