(୦୯/୮) ଜମି ଆବଣ୍ଟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଡ୍କୋର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୭୬ ଟି ବିଭିନ୍ନ ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ରାଜ୍ୟର ୧୨ ଟି ଜିଲ୍ଲାର ଜମିକୁୁ ଆବଣ୍ଟନ କରି ୨୩୭୩ କୋଟି ଟଙ୍କା ନିବେଶ ହେବ ବୋଲି ସରକାର ଆଶା ରଖିଛନ୍ତି । ଏହା ଫଳରେ ୪୦୬୩ ଜଣଙ୍କ ନିମନ୍ତେ ରୋଜଗାର ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି । ତେବେ କେଉଁ ୧୨ ଟି ଜିଲ୍ଲାର ଜମିକୁ ଆବଣ୍ଟନ କରାଯିବ, ତାହାକୁ ସରକାର ଏଥିରେ ସ୍ପଷ୍ଟ କରି ନାହାନ୍ତି ।
ଜମି ଆବଣ୍ଟନରୁ ୨୩୭୩ କୋଟି ଟଙ୍କାର ନିବେଶରେ ୪୦୬୩ ଜଣଙ୍କୁ କର୍ମନିଯୁକ୍ତି ମିଳିବ !
