ସେପ୍ଟେମ୍ବର ୧୨ ରୁ ୪୦ ଯୋଡ଼ା ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ସୂଚନା ଦେଲା


(୦୫/୯) ଆସନ୍ତା ସେପ୍ଟେମ୍ବର ୧୨ ତାରିଖରୁ ସରକାର ୪୦ ଯୋଡ଼ା ଟ୍ରେମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନ ଗୁଡ଼ିକ ଶ୍ରମିକ ଟ୍ରେନ ଓ ସ୍ୱତନ୍ତ୍ର ଟ୍ରେନ ଭାବରେ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଟ୍ରେନ ଗୁଡ଼ିକର ରହଣୀ ବି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ହେବ ବୋଲି ଏଥିରେ କୁହାଯାଇଛି । ଜୋନାଲ ରେଳବାଇ ଗୁଡ଼ିକ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡ଼ିଶା ଦେଇ ଯିବାକୁ ଥିବା ଟ୍ରେନ ଗୁଡ଼ିକ ହେଲା :-କୋରବା-ବିଶାଖାପାଟ୍ଟନମ ପ୍ରତିଦିନ ଚଳାଚଳ କରିବାବେଳେ ପୁରୀ-ଅହମଦାବାଦ ଟ୍ରେନ କେବଳ ବୁଧବାର ପୁରୀରୁ ବାହାରିବ ଓ ଶୁକ୍ରବାର ଅହମଦାବାଦରୁ ଛାଡ଼ିବ । ତେବେ ରାୟପୁରକୁ ଯିବାଆସିବା କରୁଥିବା ଲୋକଙ୍କ ନିମନ୍ତେ ଖୁସିର ଖବର ଯେ, ପୁରୀ-ଦୁର୍ଗ ପ୍ରତିଦିନ ଚାଲିବି । ହେଲେ ସାଧାରଣ ବଗିରେ ଯିବାଆସିବା କରୁଥିବା ଲୋକଙ୍କ ନିମନ୍ତେ ଦୁଃଖର ଖବର ଯେ, କୌଣସି ଟ୍ରେନରେ ବି ସାଧାରଣ ବଗି ଲାଗିବ ନାହିଁ ଓ ପ୍ରତି ଟ୍ରେନରେ କେବଳ ସଂରକ୍ଷିତ ବଗିର ରହିବ ବୋଲି ଏଥିରେ ସୂଚନା ଦିଆଯାଇଛି । ଏଣୂ ସେପ୍ଟେମ୍ବର ୧୨ ବା ତାପରେ ଏହି ସ୍ଥାନମାନଙ୍କୁ ଯିବାକୁ ଚାହୁଁଥିବା ଲୋକେ ଆଗୁଆ ସଂରକ୍ଷିତ ଟିକଟ କରିବାକୁ ହେବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସେପ୍ଟେମ୍ବର ୧୨ ରୁ ୪୦ ଯୋଡ଼ା ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ସୂଚନା ଦେଲା