୨୪ ଘଣ୍ଟା ଭିତରେ କନ୍ଧମାଳରେ ୪ ମାଓବାଦୀ ନିିହତ


(୨୪/୭) ଗତ ୨୪ ଘଣ୍ଟା ଭିତରେ କନ୍ଧମାଳ ପୋଲିସର ସ୍ୱତନ୍ତ୍ର ଅଭିଯାନ ଫଳରେ ୪ ଜଣ ନସ୍କଲ୍ ନିହତ ହୋଇଥିବା ସୂଚନା ମିଳିଛି । ମାଓବାଦୀ କାର୍ଯ୍ୟକଳାପ ଦମନ ଅଭିଯାନରେ ଆଜି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ପୋଲିସ୍ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିବାବେଳେ ମାଓବାଦୀମାନେ ଛାଡ଼ି ଯାଇଥିବା ଅସ୍ତ୍ରଶସ୍ତ୍ର ଓ ମାଓ ଶିବିର ପରିଚାଳନାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଗତକାଲି ସନ୍ଧ୍ୟାରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସମୟରେ ମାଓବାଦୀମାନଙ୍କ ପକ୍ଷରୁ ପୋଲିସ୍ ଉପରକୁ ଗୁଳି ଚାଳନା କରାଯାଇଥିଲା ଓ ପୋଲିସ୍ ପକ୍ଷରୁ ଗୁଳି ବିନିମୟ ଫଳରେ ଜଣେ ମହିଳା ସମେତ ୨ ଜଣ ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ୨ ଜଣଙ୍କ ମାଓବାଦୀଙ୍କ ମୃତଦେହ ଓ ଅନେକ ପରିମାଣର ଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଆତ୍ମ ସମର୍ପଣ କରୁଥିବା ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ ଅନେକ ପ୍ରକାର ଥଇଥାନର ସୁବିଧା ରହିଛି । ମାଓବାଦୀମାନେ ଆତ୍ମ ସମର୍ପଣ କରି ସେଥିର ଲାଭ ନେବାକୁ ରାଜ୍ୟ ପୋଲିସ୍ ଡିଜି ସେମାନଙ୍କୁ ଅପିଲ୍ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୨୪ ଘଣ୍ଟା ଭିତରେ କନ୍ଧମାଳରେ ୪ ମାଓବାଦୀ ନିିହତ