(୦୭/୮) ବର୍ତ୍ତମାନ ଚାରିଆଡ଼େ ପୁନର୍ବାର ଚୋରି, ଡକାୟତି କାମ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଏକା ବାହାରକୁ ଯିବାକୁ ଭୟ କଲେଣି । ଏପରି ଘଟଣାରେ ସଂପୃ୍କ୍ତ ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ବଲାଙ୍ଗୀର ଟାଉନ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କ ନେତୃତତ୍ୱରେ ଏକ ଟିମ୍ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । ଘଟଣା ଘଟାଇବାକୁ ବ୍ୟବହାର କରୁଥିବା ବାଇକ୍, ମୋବାଇଲ ଫୋନ୍ ଓ ଧାରୁଆ ଅସ୍ତ୍ର ସେମାନଙ୍କଠୁ ପୋଲିସ୍ ଜବତ କରିଛି । ତେବେ ଡକାୟତଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିପାରି ନାହିଁ ।
ବଲାଙ୍ଗୀର ଟାଉନ୍ ପୋଲିସ୍ ଦ୍ୱାରା ୪ ଡକାୟତ ଗିରଫ !
