(୧୦/୮) ଗତ ଦୁଇ ଦିନ ତଳେ ବୁର୍ଲା ଥାନା ଅଂଚଳରେ ଏକ ଗାଡ଼ିର ଡ୍ରାଇଭର୍କୁ ଅଟକାଇ କେତେଜଣ ଦୁର୍ବୃତ୍ତ ମାରଧର କରିବା ସହ ତାଙ୍କୁ ଲୁଟପାଟ କରିଥିଲେ । ଘଟଣା ସମ୍ପର୍କରେ ବୁର୍ଲା ଥାନାରେ ରିପୋର୍ଟ ଦିଆଯିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ୪ ଜଣଯାକ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କଠାରୁ ଘଟଣା ସମୟରେ ବ୍ୟବହାର କରିଥିବା ୨ ଟି ମୋଟରସାଇକେଲକୁ ଜବତ୍ କରିଛି । ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରି ପାରିଥିବାରୁ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଂପୃକ୍ତ ଥାନାର ଆଇଆଇସିଙ୍କୁ ସାଧୁବାଦ୍ ଜଣାଇଛନ୍ତି ।
ଟ୍ରକ ଡ୍ରାଇଭରଙ୍କୁ ଲୁଟ ଘଟଣାରେ ସଂପୃକ୍ତ ୪ ଜଣ ୨୪ ଘଣ୍ଟାରେ ଗିରଫ
