(୦୯/୧୦) ଋଷିକେଶରେ ଜଣେ ୩୭ ବର୍ଷ ବୟସ୍କ ଆମେରିକାର ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଯୋଗ ପ୍ରତି ଥିବା ଦୁର୍ବଳତାକୁ ନେଇ ବନ୍ଧୁତା କରିଥିବା ଜଣେ ବ୍ୟକ୍ତି ତାଙ୍କ ଘରକୁ ନେଇ ଗତ ୫ ତାରିଖ ଦିନ ଦୁଷ୍କର୍ମ କରିଥିବା ଋଶିକେଶ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କ କହିବାନୁଯାୟୀ ଉକ୍ତ ବ୍ୟକ୍ତି ତାଙ୍କୁ ଘରକୁ ଅନେକ ଥରେ ଡାକିଥିଲେ । ମହିଳା ଜଣକ ଉଭୟ ଯୋଗ ଓ ନିଶା ସେବନ କରିବାକୁ ଭଲ ପାଆନ୍ତି ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି । ଅଭିଯୁକ୍ତର ପିତା ପୀଡ଼ିତାଙ୍କୁ ଆପଣା ଅଭିଯୋଗ ପ୍ରତ୍ୟାହାର କରି ନେବାକୁ ବାରମ୍ବାର ଚାପ ପକାଇ ଆସୁଥିଲେ ।
ଯୋଗ ଶିଖାଇବା ବାହାନାରେ ୩୭ ବର୍ଷର ଆମେରିକୀୟ ମହିଳାଙ୍କୁ ଋଷିକେଶରେ ହେଲା ଦୁଷ୍କର୍ମ !
