(୦୧/୧୦) ଆଜି ରାଜ୍ୟରେ ୩୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ଆକ୍ରାନ୍ତଙ୍କ ଭିତରେ ୨୧୧୮ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ୧୪୯୭ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ଆଜିର ଆକ୍ରାନ୍ତଙ୍କ ଭିତରେ ସର୍ବାଧିକ ଖୋର୍ଦ୍ଧାର୬୭୧, କଟକର ୩୭୧, ଝାରସୁଗୁଡ଼ାର ୧୦୬, ଯାଜପୁରର ୧୪୪, କଳାହାଣ୍ଡିର ୧୦୬, କେନ୍ଦୁଝରର ୧୦୯, କେନ୍ଦ୍ରାପଡ଼ାର ୧୧୯, ମାଲକାନଗିରି ଓ ମୟୁରଭଞ୍ଜର ୧୨୩ ଲେଖାଏଁ, ଅନୁଗୁଳର ୧୮୮, ପୁରୀର ୧୯୩ ଜଣ ହୋଇଥିବାବେଳେ ତା ତଳକୁ ବାଲେଶ୍ୱରର ୯୬, ବରଗଡ଼ର ୮୬, ଭଦ୍ରକର ୬୧, ବଲାଙ୍ଗୀରର ୮୧, ବୌଦ୍ଧର ୨୦, ଦେବଗଡ଼ର ୧୨, ଢେଙ୍କାନାଳର ୬୦, ଗଜପତିର ୨୯, ଗଞ୍ଜାମର ୪୨, ଜଗତସିଂହପୁରର ୮୩, କନ୍ଧମାଳର ୫୯, କୋରାପୁଟର ୪୭, ନବରଙ୍ଗପୁରର ୫୭, ନୟାଗଡ଼ର ୬୪, ନୂଆପଡ଼ାର ୬୬, ରାୟଗଡ଼ାର ୩୯, ସମ୍ବଲପୁରର ୭୩, ସୋନପୁରର ୭୦ ଓ ସୁନ୍ଦରଗାଡ଼ର ୭୩ ଜଣ ରହିଥିବା ଜଣା ପଡ଼ିଛି ।
ଆଜି ରାଜ୍ୟରେ ୩୬୧୫ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨,୨୨,୭୩୪ ହେଲା ।
