ଗତକାଲି ବିଳମ୍ବିତ ରାତିର ଖବର ଅନୁଯାୟୀ ରାଜ୍ୟରେ ଆହୁରି ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଆହୁରି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତରାତିରେ ଚିହ୍ନଟ ହୋଇଥିବା ସମସ୍ତେଯାଜ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଆଜି ଚିହ୍ନଟ ହୋଇଥିବା ୫୨ ଜଣଙ୍କ ଭିତରୁ ଗଞ୍ଜାମର ୨୯ ଜଣ, ବାଲେଶ୍ୱରର ୧୫ ଜଣ, ଅନଗୁଳର ୧୩ ଜଣ ଓ ମୟୁରଭଞ୍ଜ ଜିଲ୍ଲାର ଜଣେ ରହିଛନ୍ତି । କାଲି ରାତି ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଗତକାଲି ଦିନକରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜିର ଚିହ୍ନଟ ମାମଲା ପରେ ଏହା ୩୫୨ କୁ ବୃଦ୍ଧି ପାଇଛି । ଏହା ସହ ଆଜି ଆହୁରି ପ୍ରାୟ ୫ ହଜାର ପ୍ରବାସୀ ଓଡ଼ିଆ ଟ୍ରେନ ଯୋଗେ ରାଜ୍ୟକୁ ଫେରୁଥିବାର ଖବର ହସ୍ତଗତ ହୋଇଛି ।
ରାଜ୍ୟରେ ଆହୁରି ୫୮ ଟି କରୋନା ରୋଗୀ ଚିହ୍ନଟ, ମାମଲା ସଂଖ୍ୟା ୩୫୨ କୁ ବୃଦ୍ଧି
