ରାଜ୍ୟରେ ପ୍ରବାସୀ ଓଡ଼ିଆ ଆସିବା ପରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି, ତାହା ଅନେକ କିଛି ସଂକେତ ଦେଲାଣି । ଗତକାଲି ଗୋଟିଏ ଦିନରେ ୩୪ ଟି ନୂଆ କରୋନା ମାମଲା ଚିହ୍ନଟ ହେବା ଫଳରେ ରାଜ୍ୟରେ ଏଯାଏଁ ୨୧୯ ଜଣଙ୍କଠାରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଛି । ଗତକାଲି ଗୋଟିଏ ଦିନରେ ଗଞ୍ଜାମର ୨୪ ଜଣ, ଭୁବନେଶ୍ୱରର ୩ ଜଣ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ, ବାଲେଶ୍ୱରର ୨ ଜଣ ଓ ମୟୁରଭଞ୍ଜର ୩ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଗତକାଲିର ଏହି ଗୋଟିଏ ଦିନର ଘଟଣାକୁ ଦେଖି ସରକାର ଯଦି ବେଳହୁଁ ସାବଧାନ ନ ହେବେ, ଓଡ଼ିଶା ଯେ ଗୁଜୁରାଟ କି ମହାରାଷ୍ଟ୍ର ନ ହେବେ ତାହା କହିହେବ ନାହିଁ । ଗତକାଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହାର ଅନୁପାଳନ କରି କରୋନା ନେଗେଟିଭ ପରୀକ୍ଷିତଙ୍କୁ ରାଜ୍ୟରେ ପ୍ରବେଶ ନିମନ୍ତେ କେବଳ ଅନୁମତି ମିଳିଲେ ଏହା ରାଜ୍ୟରେ କରୋନା ରୋଗ ନିୟନ୍ତ୍ରଣରେ କିଛି ମାତ୍ରାରେ ସହାୟକ ହେବ ବୋଲି ଜନସାଧାରଣ ମଧ୍ୟ ଚିନ୍ତା କଲେଣି ।
ରାଜ୍ୟରେ ଗୋଟିଏ ଦିନରେ ୩୪ ଟି କରୋନା ମାମଲା ଚିହ୍ନଟ, ହାଇକୋର୍ଟ ରାୟ ମାନିବାକୁ ଲୋକଙ୍କ ଦାବି
