ହାଥରସ୍‌ର ପୀଡ଼ିତାଙ୍କ ପରିବାରକୁ ମିଳିଲା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସୁପ୍ରିମକୋର୍ଟକୁ ଜଣାଇଲେ ସରକାର !


(୧୪/୧୦) ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ହାଥରସ୍‌ର ଦଳିତ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବାକୁ ହୋଇଥିବା ଆବେଦନକୁ ନେଇ ଉତ୍ତରପ୍ରଦେଶ ସରକାର କୋର୍ଟକୁ ଜଣାଇଛନ୍ତି ଯେ, ପୀଡ଼ିତାଙ୍କର ପରିବାରକୁ ତ୍ରିସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ପୀଡ଼ିତା ପରିବାର ତରଫରୁ ଘରୋଇ ଭାବେ ଉକିଲ ନିଯୁକ୍ତ କରିଥିବା ସରକାର କୋର୍ଟକୁ ଜଣାଇଛନ୍ତି । ଅକ୍ଟୋବର ୬ ତାରିଖ ଦିନ କୋର୍ଟକୁ ଦେଇଥିବା ଶପଥ ପତ୍ରରେ ସରକାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବିଶଦ ବିବରଣୀ ଏଥିରେ ଉଲ୍ଲେଖ କରିଛନ୍ତି । ପୀଡ଼ିତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନିମନ୍ତେ ଯଥେଷ୍ଟ ମାତ୍ରାରେ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ପୀଡ଼ିତା ପରିବାରର ଘରକୁ ଚବିଶ ଘଣ୍ଟିଆ ନଜରରେ ରଖା ଯିବା ପାଇଁ ସିସିଟିଭିର ମଧ୍ୟ ବ୍ୟବସ୍ଥା ହୋଇଥିବା କୋର୍ଟକୁ କହିଛନ୍ତି । କୋର୍ଟର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ହାଥରସ୍‌ର ପୀଡ଼ିତାଙ୍କ ପରିବାରକୁ ମିଳିଲା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସୁପ୍ରିମକୋର୍ଟକୁ ଜଣାଇଲେ ସରକାର !