ଆଜି ଗୋଟିଏ ଦିନରେ ରାଜ୍ୟରେ ୭ ଟି ନୂଆ କରୋନା ମାମଲା ସହ ୩ ଟି ନୂଆ ଜିଲ୍ଲା ସାମିଲ୍‌


ଗତକାଲିର ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୧୮ ଥିବାବେଳେ ଆଜି ତାହା ୧୨୫ ରେ ପହଂଚିଛି । ଏଥିରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ଦେଓଗଡ଼ ଜିଲ୍ଲାର ବାସୁଦେବପୁର ଓ କେଉଁଝର ଜିଲ୍ଲାର ପଂଚପାଲି ମଧ୍ୟ ନୂତନ ଭାବେ ସାମିଲ୍ ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଜଣେ ୧୮ ବର୍ଷ ବୟସ୍କ ମହିଳାଙ୍କୁ କରୋନା ରୋଗ ହୋଇଥିବା ଚିହ୍ନଟ କରାଯାଇଥିବାବେଳେ ଦେଓଗଡ଼ ଜିଲ୍ଲାର ଜଣେ ୩୪ ବର୍ଷ ବୟସ୍କ ପୁରୁଷ ଓ କେଉଁଝର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଦେଶରେ କରୋନା ମାମଲା ସଂଖ୍ୟା ୩୧,୭୮୩ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୦୮ ହେଲାଣି ଓ ସୁସ୍ଥ ହୋଇଥିବା ଲୋକ ସଂଖ୍ୟା ୭୭୯୭ ଅଟେ । ଅନ୍ୟ ପକ୍ଷରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ଆମେରିକାରେ କରୋନା ମାମଲା ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୨୩୩ ରେ ହୋଇଥିବାବେଳେ ଏଯାଏଁ ୫୯ ହଜାର ୮୧୯ ଜଣ ମୃତ୍ୟୁ ବରଣ କଲେଣି । ସେହିପରି ସାରା ବିଶ୍ୱରେ କରୋନା ମାମଲା ୩୧ ଲକ୍ଷ ୭୦ ହଜାର ୪୭୪ ରେ ପହଂଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୨୪ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ଗୋଟିଏ ଦିନରେ ରାଜ୍ୟରେ ୭ ଟି ନୂଆ କରୋନା ମାମଲା ସହ ୩ ଟି ନୂଆ ଜିଲ୍ଲା ସାମିଲ୍‌