ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ ରାଜ୍ୟରେ ଆହୁରି ୩ ଟି ଜିଲ୍ଲାରେ କରୋନା ପରୀକ୍ଷଣ କେନ୍ଦ୍ର ଖୋଲାଯିବ । ଏହା ସହ ରାଜ୍ୟରେ ଦୈନିକ ପରୀକ୍ଷଣ କ୍ଷମତା ୧୫ ହଜାରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି । ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ କଲେଜରେ ନୂତନ ଭାବେ ପରୀକ୍ଷଣ ଆରମ୍ଭ ହେବ । ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍-୧୦ ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରାଯିବ ବୋଲି ମଧ୍ୟ ଏଥିରେ କୁହାଯାଇଛି ।
ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ କଲେଜ ସାମିଲ୍
