ପାରିବାରିକ କଳହକୁ ନେଇ ପରିବାରର ତିନିଜଣଙ୍କ ବିଷକ୍ରିୟାରେ ଜୀବନ ଗଲା !


(୨୪/୮) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଚାଲ ଗ୍ରାମର ରଥ ମହାନନ୍ଦ, ତାଙ୍କ ସ୍ତ୍ରୀ ଓ୧୨ ବର୍ଷ ବୟସ୍କ ନାବାଳିକା ଝିଅର ବିଷ ପାନ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରଥ ମହାନନ୍ଦ ଦୁଇ ମା-ଝିଅଙ୍କୁ ବିଷ ପିଆଇ ଦେଲା ପରେ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ ହୋଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବାବେଳେ ବାଟରେ ଝିଅର ମୃତ୍ୟୁ ହୋଇଥିବାବେଳେ ବରଗଡ଼ ଡାକ୍ତରଖାନାରେ ରଥ ମହାନନ୍ଦଙ୍କ ମୃତ୍ୟୁ ହୋଇଥିବାବେଳେ ରଥ ମହାନନ୍ଦଙ୍କ ସ୍ତ୍ରୀ କୁମୁଦିନୀଙ୍କୁ ବୁର୍ଲା ଭିମସାର୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ମିଳିଛି । ଏହି ତିନିଜଣଙ୍କ ମୃତ୍ୟୁର ଅସଲି ଉଦ୍ଦେଶ୍ୟ ଏଯାଏଁ ଜଣାପଡ଼ି ନଥିଲେ ବି ଏହା ପରିବାରର ବଡ ଝିଅର ବୈବାହିକ ଜୀବନକୁ ନେଇ ହୋଇଥିବା ଗାଁ ଲୋକ ସନ୍ଦେହ କରିଛନ୍ତି । ତାଙ୍କ ବଡ଼ଝିଅକୁ ନିକଟସ୍ଥ ଜୋଖିପାଲି ଗ୍ରାମରେ ବାହା ଦେଇଥିଲେ, କିନ୍ତୁ ଦୀର୍ଘ ପାଞ୍ଚମାସ ହେଲା ସେ ଶାଶୁ ଘରୁ ଆସି ବାପ ଘରେ ରହୁଥିଲେ । ନୂଆଖାଇ ଥିବାରୁ ତାଙ୍କ ଜ୍ୱାଇଁ ଗତ ଶନିବାର ଦିନ ତାଙ୍କ ଝିଅକୁ ନେବାକୁ ସେ ଆସିଥିଲେ, ହେଲେ ତାଙ୍କ ଜ୍ୱାଇଁ ଏକା ଘରକୁ ଫେରିଥିଲେ । ପରେ ରଥ ମହାନନ୍ଦ ନିଜ ବଡ଼ଝିଅକୁ ଛାଡ଼ି ମା-ଝିଅ ଉଭୟଙ୍କୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିବା ସନ୍ଦେହ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପାରିବାରିକ କଳହକୁ ନେଇ ପରିବାରର ତିନିଜଣଙ୍କ ବିଷକ୍ରିୟାରେ ଜୀବନ ଗଲା !