କୃଷି ଅର୍ଥନୀତିକୁ ସୁଦୃଢ଼ କରିବାକୁ ୩ ଟି ବିଲ୍ ଆଣିବେ ରାଜ୍ୟ ସରକାର

କରୋନା ମୁକାବିଲା ପରିପ୍ରେକ୍ଷୀରେ କୃଷି ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟରେ ୩ ଟି ଅଧ୍ୟାଦେଶ ଅଣାଯିବ । ସାର, ବିହନ ଓ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଛି । ଚାଷୀମାନଙ୍କ ପାଇଁ ହେଲ୍‌ପ ଲାଇନ୍ କାର୍ଯ୍ୟ କରୁଛି । ମାଛ ଚାଷ, କୁକୁଡ଼ା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି ମଧ୍ୟ ବିଭିନ୍ନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ଜଣାପଡ଼ିିଛି । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଗାମୀ ଏକମାସ ମଧ୍ୟରେ ଦିନକୁ ଏକ ଲକ୍ଷ ଲୋକଙ୍କୁୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୃଷି ଅର୍ଥନୀତିକୁ ସୁଦୃଢ଼ କରିବାକୁ ୩ ଟି ବିଲ୍ ଆଣିବେ ରାଜ୍ୟ ସରକାର