(୨୦/୮) ଆଜି ରାଜ୍ୟରେ ୨୮୯୮ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ପୂର୍ବରୁ କେବେ ବି ତିନି ଅଙ୍କକୁ ଛୁଇଁ ନଥିବା ବଲାଙ୍ଗୀରରେ ଆଜି ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ଯେ, ଆଜି ରାଜ୍ୟର ୩୦ ଟି ଯାକ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଆଜିର ଆକ୍ରାନ୍ତମାନଙ୍କ ଭିତରେ ସର୍ବାଧିକ ଖୋର୍ଦ୍ଧାର ୫୨୪, କଟକର ୨୪୧,ନୟାଗଡ଼ର ୨୩୨, ଗଞ୍ଜାମର ୨୨୬, ବଲାଙ୍ଗୀରର ୧୭୩, ବାଲେଶ୍ୱରର ୧୪୦, କୋରାପୁଟର ୧୩୨, ଭଦ୍ରକର ୧୦୭, ରାୟଗଡ଼ାର ୧୦୫, ପୁରୀର ୧୦୪ ଓ ସୁ୍ନ୍ଦରଗଡ଼ର ୧୦୧ ରହିଥିବାବେଳେ ଅନୁଗୁଳର ୧୬, ବରଗଡ଼ର ୯, ବୌଦ୍ଧର ୧, ଦେଓଗଡ଼ର ୩, ଢେଙ୍କାନାଳର ୪୪, ଗଜପତିର ୫୩, ଜଗତସିଂହପୁରର ୮୪, ଯାଜପୁରର ୬୯, ଝାରସୁଗୁଡ଼ାର ୪୯, କଳାହାଣ୍ଡିର ୭୬, କନ୍ଧମାଳର ୬୩, କେନ୍ଦ୍ରାପଡ଼ାର ୫୭, କେନ୍ଦୁଝରର ୩୫, ମାଲକାନଗିରିର ୫୬, ମୟୁରଭଞ୍ଜର ୫୩, ନବରଙ୍ଗପୁରର ୩୭, ନୂଆପଡ଼ାର ୮, ସମ୍ବଲପୁରର ୭୭ ଓ ସୋନପୁରର ୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୭୦୦୨୦ ହୋଇଥିବାବେଳେ ସେ ଭିତରୁ ୨୨୬୫୧ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଆଜି ରାଜ୍ୟରେ କରୋନା ଜନିତ କାରଣରୁ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ୩୮୦ କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି
ରାଜ୍ୟରେ ୨୮୯୮ ଜଣ କରୋନା ରୋଗୀ ଚିହ୍ନଟ, ଖୋର୍ଦ୍ଧାରେ ୫୨୪ ଓ ବଲାଙ୍ଗୀରରେ ୧୭୩ ଆକ୍ରାନ୍ତ ଚିହ୍ନଟ ।
