ରାଜ୍ୟରେ କରୋନା ଆକ୍ରାନ୍ତାଙ୍କ ସଂଖ୍ୟା ୨୮୮ ଓ ଦେଶରେ ପାଖାପାଖି ୬୦ ହଜାରକୁ ବୃଦ୍ଧି


ଏଯାଏଁ ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ଆଜି ଆହୁରି ୧୮ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ହେଲାଣି । ଏହି ୧୮ ଜଣଙ୍କ ଭିତରେ ଗଞ୍ଜାମର ୧୩ ଜଣ, ମୟୁରଭଞ୍ଜର ୩ ଜଣ, ଭଦ୍ରକ ଓ ରାଉରକେଲାର ଜଣେ ଜଣେ ଅଛନ୍ତି । ତେବେ ଦେଶର ରେକର୍ଡକୁ ଦେଖିଲେ ୫୯ ହଜାର ୭୬୫ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ୩୯ ହଜାର ୮୮୨ ଜଣଙ୍କ ଠାରେ ଏବେ ବି ଭୂତାଣୁ ସକ୍ରୀୟ ରହିଛି ଓ ଏଯାଏଁ କରୋନାରେ ୧୯୮୬ ଜଣ ମୃତ୍ୟୁ ବରଣ କଲେଣି । ସାରା ବିଶ୍ୱରେ ଏଯାଏଁ ୨ ଲକ୍ଷ ୭୭୬ ହଜାର ୪୯୭ ଜଣ ମୃତ୍ୟୁ ବରଣ କରିଥିବାବେଳେ କେବଳ ଆମେରିକାରେ ୭୮ ହଜାର ୬୧୬ ମଲେଣି । ଆମେରିକାରେ ଏବେ ବି ୧୦ ଲକ୍ଷ ୧୯ ହଜାର ୭୯୯ ଜଣ ଚିକିତ୍ସାଧିନ ଅଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତାଙ୍କ ସଂଖ୍ୟା ୨୮୮ ଓ ଦେଶରେ ପାଖାପାଖି ୬୦ ହଜାରକୁ ବୃଦ୍ଧି