ଜିଲ୍ଲାପାଳଙ୍କ ସୂଚନାନୁଯାୟୀ ବଲାଙ୍ଗୀରରେ ଆହୁରି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ପୁଇଁତଲା ବ୍ଲକ୍ ବଡ଼ବନ୍ଧ ଅଂଚଳର ବୋଲି ଜଣାପଡ଼ିଛି । ଏହାବାଦ୍ ଆଗାମୀ କାଲି ସକାଳ ଭୋର ୪ ।ଟାରୁ ରାତି ୧୧ ଟା ଯାଏଁ ଶ୍ରମିକଟ୍ରେନର ଆଗମନକୁ ଦେଖି ସହରର ବିଭିନ୍ନ ଅଂଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି । କର୍ଫ୍ୟୁ ଘୋଷିତ ଅଂଚଳଗୁଡ଼ିକ ହେଲା:-ରେଳଷ୍ଟେସନ ରୁ ମଦନଗୁଡ଼ିଚା ଛକ ଦେଇ ଭାଗିରଥି ଛକ ଦେଇ କୋଶଳ ଛକ ପର୍ଯ୍ୟନ୍ତ, ବେହେରାପାଲିରୁ କଚେରୀ ଛକ ଦେଇ ସଦରଥାନା ପର୍ଯ୍ୟନ୍ତ, ରେଳଷ୍ଟେସନ ରୁ ସୁଦପଡ଼ା ଦେଇ ବେହେରାପାଲି ରାସ୍ତା ଓଭରବ୍ରିଜ ଦେଇ ପୁଇଁତଲା ପର୍ଯ୍ୟନ୍ତ ଓ ବେହେରାପାଲିରୁ ସମ୍ବଲପୁର ରାସ୍ତା ଦେଇ ଏନ୍ଏଚ୍ ଅଫିସ୍ ରୁ ଲକ୍ଷ୍ମୀଜୋର ନାଳା ପର୍ଯ୍ୟନ୍ତ ।ପାଟଣାଗଡ଼ ରାସ୍ତାରୁ ବେହେରାପାଲି, ଛତାମଖନା, ସଦେଇପାଲି ଦେଇ ଶାନ୍ତିପଡ଼ା ଛକ ପର୍ଯ୍ୟନ୍ତ । ଟିଟିଲାଗଡ଼ ରାସ୍ତାରୁ ମହାଲକ୍ଷ୍ମୀ ନଗର ଦେଇ ରୁଗୁଡ଼ିପଡ଼ା ୟୁପି ସ୍କୁଲ ଦେଇ ସାର୍କିଟ ହାଉସ୍ ଦେଇ ଆରଟିଓ ଅଫିସ୍ ଛକ ପର୍ଯ୍ୟନ୍ତ ।
ବଲାଙ୍ଗୀରରେ ଆହୁରି ୨ ଆକ୍ରାନ୍ତ, କାଲି ସକାଳ ୪ ଟାରୁ ରାତି ୧୧ ଟା ଯାଏଁ କର୍ଫ୍ୟୁ
