୨୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିବା ମାମଲାରେ ୨୪ ଘଣ୍ଟା ଭିତରେ ୨ ଜଣ ଗିରଫ ।


(୧୫/୧୦) କଟକ ସହରରେ ଜଣେ ନବମ ଶ୍ରେଣୀର ୧୫ ବର୍ଷର ଛାତ୍ରୀକୁ ବଳପୂର୍ବକ ରଖି ୨୨ ଦିନଯାଏଁ ଗଣଦୁଷ୍କର୍ମ କରିବା ଘଟଣାରେ କଟକର ଚାଉଳିଆଗଞ୍ଜ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନାମ ସନ୍ତୋଷ କୁମାର ବେହେରା ଓ ରାକେଶ ରାଉତ ବୋଲି ଦୈତ ନଗରୀର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନଙ୍କ ନାମରେ ଥାନାରେ ପକ୍ସୋ ଆଇନ ଓ ବିଭିନ୍ନ ଧାରାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଳ ଅଂଚଳର ପୀଡ଼ିତା ନାବାଳିକା ଜଣକ ତାଙ୍କର ବିବାହିତ ଭଉଣୀ ଓ ପରିବାର ସହ କଟକର ପ୍ରଫେସର ପଡ଼ାରେ ରହୁଥିଲେ । ଭଉଣୀ ଓ ଭିଣେଇ ସହ କିଛି ବିବାଦ ହେବାରୁ ସେମାନେ ତାଙ୍କୁ ଘରକୁ ଚାଲି ଯିବାକୁ କହିଥିଲେ । ଫଳରେ ନାବାଳିକା ଜଣକ ତିର୍ତ୍ତୋଳକୁ ଯିବାକୁ ଓଏମ୍‌ପି ଛକରେ ବସକୁ ଅପେକ୍ଷା କରିଥିବାବେଳେ ସନ୍ତୋଷ ତା ସହ କଥାବାର୍ତ୍ତା କରି ବିବାହ କରିବାର ପ୍ରତିଶୃତି ଦେଇ ଗତିରାଉତପାଟଣା ପାଖରେ ଥିବା ଏକ ଘରକୁ ନେଇଥିଲା । ସନ୍ତୋଷ ଓ ତାର ସହଯୋଗୀ ମିଶି ଉକ୍ତ ନାବାଳିକାକୁ ଦୀର୍ଘ ୨୨ ଦିନ ଯାଏଁ ଘରେ ବନ୍ଦ କରି ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ଉକ୍ତ ଘଟଣାର ଭିଡିଓ ରେକର୍ଡ଼ କରି ଘଟଣାଟି କାହାରି ଆଗରେ ପ୍ରକାଶ ନ କରିବାକୁ ଧମକଚମକ ଦେଇଥିଲେ । ଚାଉଳିଆଗଞ୍ଜ ପୋଲିସ୍ ଅକ୍ଟୋବର ୧୨ ତାରିଖ ଦିନ ଘଟଣାସ୍ଥଳକୁ ପହଂଚି ଜନୈକ ନାବାଳିକାକୁ ଉଦ୍ଧାର କରିବା ସହ ତାଙ୍କୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୨୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିବା ମାମଲାରେ ୨୪ ଘଣ୍ଟା ଭିତରେ ୨ ଜଣ ଗିରଫ ।