(୦୭/୯) ଲୋକଙ୍କ ମନରେ କାମୁକତା ଦିନକୁ ଦିନ ଏତେ ମାତ୍ରାରେ ଉଦ୍ଜୀବିତ ହେଲାଣି ଯେ, କାହା ପ୍ରତି କେତେବେଳେ କି ଅଘଟଣ ଘଟିବ, ତାହା କିଛି କହି ହେବ ନାହିଁ । କେରଳର ଅରନମୁଳାଠାରେ ୧୦୮ ଆମ୍ବୁଲାନ୍ସ ଗାଡ଼ିରେ କରୋନା ରୋଗୀକୁ ନେଇ ଯାଉଥିବା ୨୯ ବର୍ଷ ବୟସ୍କ ଜଣେ ଡ୍ରାଇଭର ଏ କାଣ୍ଡ ଭିଆଇ ଥିବା ଜଣାପଡ଼ିଛି । କରୋନା ରୋଗୀଙ୍କୁ ଯେତେବେଳେ ବି କୌଣସି ଡାକ୍ତରଖାନାକୁ ନିଆଯିବ ତାଙ୍କ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀ ରହିବା ବାଧ୍ୟତାମୂଳକ ଥିଲେ ବି ଏହି ଆମ୍ବୁଲାନ୍ସ ଗାଡ଼ିରେ କରୋନା ରୋଗୀ ସହ ସେଦିନ କୌଣସି ସ୍ୱାସ୍ଥ୍ୟକର୍ମୀ ନଥିଲେ, ଯାହାକି ଏକ ସାଂଘାତିକ ତୃଟି ବୋଲି ରାଜ୍ୟର ମୁଖ୍ୟ ବିରୋଧି ଦଳମାନେ ସରକାର ବିରୁଦ୍ଧରେ ପ୍ରତିବାଦ ହୋଇଛି । ଉଭୟ ମା ଓ ଝିଅ କରୋନା ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ କୌଣସି ବେଡ୍ ନ ଥିବା ଅଦୂର ଜେନେରାଲ ହସପିଟାଲରୁ ସେମାନଙ୍କୁ ସ୍ଥାନାନ୍ତର କରିବାର ଥିଲା । ତେବେ ୧୯ ବର୍ଷ ବୟସ୍କ ଝିଅକୁ ୧୦୮ ଆମ୍ବୁଲାନ୍ସରେ ଏକାକୀ ନେବାବେଳେ ଅଭିଯୁକ୍ତ ଜଣକ ଏ କାଣ୍ଡ ଭିଆଇଥିଲା ବୋଲି ଜଣାପଡ଼ିଛି । ଅଭିଯୁକ୍ତ ନୌଫାଲ ନାମରେ ପୂର୍ବରୁ ଏକ ହତ୍ୟା ମାମଲା ଚାଲୁଥିଲେ ମଧ୍ୟ ତାକୁ କିପରି କାମରେ ଯୋଗ ଦେବାକୁ ସୁଯୋଗ ଦିଆଗଲା ବୋଲି ରାଜ୍ୟରେ ତୁମ୍ବିତୋଫାନ ହୋଇଛି । ତେବେ ପୀଡ଼ିତାର ମାର ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଓ ସୁରକ୍ଷା ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା ପ୍ରତିଶୃତି ଦେଇଛନ୍ତି ।
୧୯ ବର୍ଷ ବୟସ୍କ କରୋନା ରୋଗୀ ୧୦୮ ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ଦ୍ୱାରା ଦୁଷ୍କର୍ମର ଶୀକାର !
