ଆଜି ଓଡ଼ିଶାରେ ୧୯୮୧ ଓ ଭାରତରେ ୬୭୦୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ହେଲେ ଚୀନରେ କେବଳ ୮ ଜଣ !


(୧୩/୮) ଦେଶରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୯ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୨୭୪,ଗଞ୍ଜାମର ୨୬୭, କନ୍ଧମାଳର ୧୭୯, ସୁନ୍ଦରଗଡ଼ର ୧୪୫, ଓ କଟକର ୧୩୧ ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୩୧୪ ରେ ପହଂଚିଛି । ଦେଶରେ ମଧ୍ୟ ଗତ ୨୪ ଘଣ୍ଟା ଭିତରେ ୬୬,୯୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪୨ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଗୋଟିଏ ଦିନରେ ଦେଶରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନଜୀର ନାହିଁ । ଏହା ସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୪ ଲକ୍ଷରେ ପହଂଚିଥିବାବେଳେ ମୃତ୍ୟୁସଂଖ୍ୟା ୪୭୦୩୩ ହୋଇଛି । ତେବେ ଭାରତରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଏବେ ଚିହ୍ନଟ ହେଉଥିବାବେଳେ ଚୀନରେ ଗତ ୨୪ ଘଣ୍ଟା ଭିତରେ ମାତ୍ର ୮ ଜଣ କରୋନା ଆକ୍ରାନ୍ତ ସାରା ଦେଶରେ ଚିହ୍ନଟ ହୋଇଥିବା ଖବର ମିଳିଛି । ଏହି କଥା ସେଠିକାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ପ୍ରକାଶ କରିଛନ୍ତି । ଏହି ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନେ ଝିନଝିଆଙ୍ଗର ଉତ୍ତର-ପଶ୍ଚିମାଂଚଳର ବୋଲି ଜଣାପଡ଼ିଛି । ସେଠିକାର ମୁଖ୍ୟ ସହର ଊରୁମ୍‌କି ଏବେ ଲକଡାଉନ୍ ଅଛି ଓ ଚୀନରେ କରୋନା ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ସେଠାରେ ଗମନାଗମନ କରିବାକୁ କଟକଣା ଜାରି କରାଯାଇଛି । ଏହି ୮ ଟି ନୂଆ କରୋନା ମାମଲାକୁ ଛାଡ଼ି ଆହୁରି ୧୧ ଟି ନୂଆ ମାମଲା ରହିଛି, ଯାହାକି ବାହାର ଦେଶରୁ ଏବେ ଆସିଥିବା ଚାଇନିଜ୍ ଲୋକଙ୍କଠାରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ଓଡ଼ିଶାରେ ୧୯୮୧ ଓ ଭାରତରେ ୬୭୦୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ହେଲେ ଚୀନରେ କେବଳ ୮ ଜଣ !