ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ଓ ଦେଶରେ ପାଖାପାଖି ୫୦ ହଜାରକୁ ବୃଦ୍ଧି


ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୭୬ ଜଣଙ୍କଠାରେ କରୋନା ଭୂତାଣୂ ଚିହ୍ନଟ ହୋଇଥିବାବେଳେ ଆଜି ଗଞ୍ଜାମ, ବାଲେଶ୍ୱରର ଜଣେ ଲେଖାଏଁ ଓ ଯାଜପୁରର ୨ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ଏବେ ୧୮୦ ରେ ପହଂଚିଛି । ସେହିପରି ୭୭ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତିଜଣକଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୪୩୬ ଥିବାବେଳେ ୧୬୯୫ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ଓ ଦେଶରେ ପାଖାପାଖି ୫୦ ହଜାରକୁ ବୃଦ୍ଧି