ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନାନୁ୍ଯାୟୀ ଆଜ ରାଜ୍ୟରେ ଆଉ ୭ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଏହା ସହ କରୋନା ମାମଲା ସଂଖ୍ୟା ରାଜ୍ୟରେ ୧୬୯ ରେ ପହଂଚିଛି । ଆଜି ସୁନ୍ଦରଗଡ଼ର ୨୯ ବର୍ଷ ବୟସସ୍କ ଜଣେ ମହିଳା, ପଶ୍ଚିମବଙ୍ଗ ଫେରନ୍ତା ଯାଜପୁର ଜିଲ୍ଲାର ୪ ଜଣ ଓ ଭଦ୍ରକର ୨ ଜଣଙ୍କଠାରେ ଏହା ଚିହ୍ନଟ କରାଯାଇଛି । ପ୍ରବାସୀ ଓଡ଼ିଆଙ୍କ ଦେଇ ରାଜ୍ୟରେ ଏହା ଅଧିକ ମାତ୍ରାରରେ ବୃଦ୍ଧି ପାଇବା ଅଧିକା ସମ୍ଭାବନା ରହିଛି ବୋଲି ଲୋକେ ଆଶଙ୍କା କରୁଛନ୍ତି । ସେହିପରି ଦେଶରେ ୪୨ ହଜାର ୮୩୬ ଜଣଙ୍କଠାରେ ଏଯାଏଁ ଚିହ୍ନଟ ହେଲାଣି । ଆଜି ଗୋଟିଏ ଦିନରେ ୨୫୭୩ ଜଣଙ୍କଠାରେ ଏହା ଚିହ୍ନଟ କରାଯାଇଥିବାବେଳେ ଏଯାଏଁ ୧୩୯୫ ଜଣ କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କଲେଣି ଓ ୧୧ ହଜାର ୭୬୨ ଜଣ ଦେଶରେ ଭଲ ହୋଇଥିବା ଜଣାପଡ଼ିଛି । ସାରା ବିଶ୍ୱରେ ଏଯାଏଁ ୨ ଲକ୍ଷ ୪୯ ହଜାର ୧୪ ଜଣ ମୃତ୍ୟୁ ବରଣ କରିଥିବାବେଳେ ସେ ଭିତରୁ କେବଳ ଆମେରିକାରେ ୬୮ ହଜାର ୬୩୬ ଜଣ ମୃତ୍ୟୁ ବରଣ କଲେଣି ।
କରୋନା ମାମଲା ରାଜ୍ୟରେ ୧୬୯ ରେ ପହଂଚିଲା, ଦେଶରେ ୪୨ ହଜାର କୁ ଟପିଲା
