୯୧୮/୮) ଗତ ୧୪ ତାରିଖ ଦିନ ବରିଷ୍ଠ ଓକିଲ ୍ପ୍ରଶାନ୍ତ ଭୂଷଣଙ୍କ କେତେକ ଟ୍ୱିଟ ଲାଗି ସୁପ୍ରିମକୋର୍ଟ ତାଙ୍କୁ କୋର୍ଟ ଅବମାନନା ଦୋଷରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏ ନେଇ ଦେଶର ୧୩ ଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ତଥା ହୋଇକୋର୍ଟର ବିଚାରପତିଙ୍କ ସମତେ ଅନେକ ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସ୍ ଅଧିକାରୀ ଓ ଅନ୍ୟାନ୍ୟ ବର୍ଗର ୧୬୬ ଜଣ ବିଶିଷ୍ଟ ବ୍ୟକ୍ତି ଏକ ପତ୍ରରେ କ୍ଷୋଭ ପ୍ରକାଶ କରି ପ୍ରଶାନ୍ତ ଭୂଷଣଙ୍କ ପ୍ରତି ତାଙ୍କର ସମର୍ଥନ ଥିବା ଜଣାଇଛନ୍ତି । କେବଳ ୧୬୬ ଜଣ ବିଶିଷ୍ଟ ବ୍ୟକ୍ତି ନୁହେଁ, ୩୦୦୦ ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏଥିରେ ସ୍ୱାକ୍ଷର କରିଥିବା ଜାଣିବାକୁ ମିଳିଛି । ଏଥିରେ ସୁପ୍ରିମକୋର୍ଟର ଯେଉଁ ଅବସରପ୍ରାପ୍ତ ବିଚାରପତିମାନେ ସ୍ୱାକ୍ଷର କରିଛନ୍ତି ସେମାନେ ହେଲେ, ଜଷ୍ଟିସ୍ ରୁମା ପାଲ୍, ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ, ଜଷ୍ଟିସ୍ ଜିଏସ୍ ସିଘଂଭୀ, ଜଷ୍ଟିସ୍ ଅଫତାବ ଆଲମ୍, ଜଷ୍ଟିସ୍ ମଦନ ବି ଲୋକୁର,୍ ଜଷ୍ଟିସ ଗୋପାଳ ଗୌଡ଼ ।
୧୩ ବିଚାରପତିଙ୍କ ସମେତ ୧୬୬ ଜଣ ବିଶିଷ୍ଟ ବ୍ୟକ୍ତି ସୁପ୍ରିମକୋର୍ଟଙ୍କୁ ନିଜର ଅସନ୍ତୋଷ ଜଣାଇଲେ
