ରାଜ୍ୟରେ ଆଜି ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟର ସ୍ଥିତି ଗମ୍ଭୀର ଆଡ଼କୁ ଅଗ୍ରସର !


ବିଶ୍ୱର ୨୦ ଟି ଦେଶ ଭିତରେ ଆମେରିକା ପ୍ରଥମ ସ୍ଥାନରେ ଓ ଭାରତ ସପ୍ତମ ସ୍ଥାନରେ

(୦୧/୬) ଆଜି ରାଜ୍ୟରେ ଆହୁରି ୧୫୬ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୧୦୪ ହୋଇଛି । ଏହି ୧୫୬ ଜଣଙ୍କ ଭିତରେ ଗଞ୍ଜାମର ୧୭, ଯାଜପୁରର ୧୧, ଖୋର୍ଦ୍ଧା-ନୂଆପଡ଼ା-ମୟୁରଭଞ୍ଜ-ନୟାଗାଡ଼-ସୁନ୍ଦରଗଡ଼-ବରଗଡ଼-ସୋନପୁରର ୩ ଜଣ ଲେଖାଏଁ, କେନ୍ଦ୍ରାପଡ଼ାର ୫୦, କଟକର ୨୦, ଭଦ୍ରକର ୭, ଜଗତସିଂହପୁରର ୧୪, ବଲାଙ୍ଗୀରର ୨, ବୌଦ୍ଧ-କେନ୍ଦୁଝର-ମାଲକାନଗିରିର ଜଣେ ଲେଖାଏଁ ଓ କନ୍ଧମାଳର ୯ ଜଣ ଅଛନ୍ତି । ହେଲେ ସବୁଠାରୁ ଦୁଃଖର କଥା ଯେ, ଏ ଭିତରୁ ସ୍ଥାନୀୟ ମାମଲା ମାତ୍ର ୩ ଟି ଥିବାବେଳେ ବାହାରୁ ଆସିଥିବା ଲୋକଙ୍କ ୧୫୩ ଟି ମାମଲା ରହିଛି । ଏସବୁ ବିଷୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଲକ୍ ଡାଉନ୍ ପୂର୍ବରୁ ଯଦି ଲୋକଙ୍କୁ ନିଜ ଘରକୁ ଫେରିବାକୁ ସୁଯୋଗ ଦିଆ ଯାଇଥାନ୍ତା, ତେବେ ଆଜି ଏତେ ମାତ୍ରାରେ କରୋନା ସଂକ୍ରମିତ ବାହାରି ନଥାନ୍ତେ । ଲକ ଡାଉନ୍ ହଠାତ୍ ଘୋଷଣା କରି ଲୋକଙ୍କୁ ସିନା ଘରେ ବନ୍ଦ କରି ଦିଆଗଲା, ହେଲେ କରୋନା ଭୂତାଣୁର ସଂକ୍ରମଣକୁ ପରୋକ୍ଷରେ ପ୍ରୋତ୍ସାହନ ମିଳିଲା କହିଲେ କଣ ଅତ୍ୟୁକ୍ତି ହେବ ? ଆହୁରି ମଧ୍ୟ, ଭାରତ ବର୍ତ୍ତମାନ ବିଶ୍ୱର କରୋନା ଆକ୍ରାନ୍ତଙ୍କ ୨୦ ଟି ଦେଶ ଭିତରେ ୧ ଲକ୍ଷ ୯୦ ହଜାର ୫୩୬ ଜଣ ଆକ୍ରାନ୍ତଙ୍କ ସହ ସପ୍ତମ ସ୍ଥାନରେ ରହିଛି ଓ ଆମେରିକା ୧୮ ଲକ୍ଷ ୨୪ ହଜାର ୩୮୮ ଆକ୍ରାନ୍ତଙ୍କ ସହ ପ୍ରଥମ ସ୍ଥାନରେ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆଜି ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟର ସ୍ଥିତି ଗମ୍ଭୀର ଆଡ଼କୁ ଅଗ୍ରସର !