(୦୫/୭) ଗତ ତିନି ଦିନ ଭିତରେ ୧୫୨୫ ଜଣ କରୋନା ଆକ୍ରାନ୍ତଙ୍କୁ ରାଜ୍ୟରେ ଚିହ୍ନଟ କରାଯାଇଛି । ୩ ତାରିଖ ଦିନ ୫୬୧, ୪ ତାରିଖ ଦିନ ୪୯୫ ଓ ଆଜି ଅର୍ଥାତ ୫ ତାରିଖ ଦିନ ୪୬୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଯଦି ଏହିପ୍ରତି କ୍ରମାଗତ ଭାବରେ କରୋନ୍ା ଆ୍କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ, ତେବେ କେବଲ ଜୁଲାଇ ମାସରେ ନୁଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ ହୋଇଯିବ ବୋଲି ଆଶଙ୍କା ପାଇଲାଣି । ରାଜ୍ୟରେ ଆହୁରି ୩ ଜଣଙ୍କ ମୃତ୍ୟୁ ହେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏଠାରେ ୪୬ ହେଲାଣି । ତେବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୪ ହଜାର ୩୧୨ ହୋଇଥିବାବେଳେ ୨ ଲକ୍ଷ ୪୫ ହଜାର ୯୪୦ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି ଓ ମୃତ୍ୟୁ ସଂଖ୍ୟା ୧୯ ହଜାର ୨୮୯ ରେ ପହଂଚିଥିବା ସୂଚନା ମିଳିଛି ।
ଗତ ୩ ଦିନ ଭିତରେ ରାଜ୍ୟରେ ୧୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ !
