ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ହେଲା । ଦୈନିକ ହାରାହାରି ୭୦ ଜଣ ଆକ୍ରାନ୍ତ ଚିହ୍ନଟ !

ଜୁନ୍ ଶେଷ ଆଡ଼କୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ହୋଇଯିବ !

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନାନୁସାରେ ଆଜି ରାଜ୍ୟରେ ଆହୁରି ୬୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୬୭ ଜଣଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରମାନଙ୍କରୁ ୬୦ ଟି ମାମଲା ଆସିଥିବାବେଳେ ୪ ଟି ନିଜ ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିବିଶେଷଙ୍କଠୁ ଆସିଛି । ହେଲେ ମାତ୍ର ୩ ଟି ମାମଲା ରାଜ୍ୟରେ ପୂର୍ବରୁ ରହୁଥିବା ବ୍ୟକ୍ତିବିଶେଷଙ୍କଠାରୁ ଆସିଛି । ରାଜ୍ୟରେ ଏଯାଏଁ କରୋନା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୯୭ ଜଣ ଭଲ ହେଲେଣି ଓ ଏବେ ବି ୮୩୨ ଜଣ ଚିିକିତ୍ସାଧିନ ଅଛନ୍ତି । ଗତ ୯ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଥିଲା । ତେବେ ଏଇ ୧୫ ଦିନର କରୋନା ସଂକ୍ରମଣର ସ୍ଥିତିକୁ ଦେଖିଲେ ହାରାହାରି ପ୍ରାୟ ୭୦ ଟି ଆକ୍ରାନ୍ତ ଦୈନିକ ଚିହ୍ନଟ ହେଉଛନ୍ତି । ଯଦି ସ୍ଥିତ ଏପରି ଲାଗି ରୁହେ, ତେବେ ଜୁନ୍ ଶେଷ ଆଡ଼କୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ହୋଇଯିବ । ତେବେ ଦେଶରେ ୧ ଲକ୍ଷ ୩୧ ହଜାର ୯୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୬୯ ଜଣ ପ୍ରାଣ ହରାଇଲେଣି । କରୋନା ଯେଉଁ ଦେଶରୁ ବ୍ୟାପିଥିଲା ସେହି ଚୀନ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବମୋଟ ୪୬୩୪ ହୋଇଥିବାବେଳେ ଭାରତ ପାଖାପାଖି ସେହି ଅବସ୍ଥା ଆଡ଼କୁ ଗତି କରୁଥିଲା ଭଳି ଲାଗିଲାଣି । ତେବେ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଦି ମିଳିତ ପଦକ୍ଷେପ ନ ନିଅନ୍ତି, ତେବେ ଭାରତର ସ୍ଥିତି ଅଣାୟତ୍ତ ହେବା ଅସମ୍ଭବ ନୁହେଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ହେଲା । ଦୈନିକ ହାରାହାରି ୭୦ ଜଣ ଆକ୍ରାନ୍ତ ଚିହ୍ନଟ !