(୦୭/୮) ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ାଇବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଗତକାଲି ୧୬୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ସେହି ରେକର୍ଡ଼ ଭାଙ୍ଗି ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୨ ଜଣ ମୃତ୍ୟୁ ବରଣ କରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛିି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୫୦ କୁ ବୃଦ୍ଧି ପାଇଛି । । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୨୯୮, ଗଞ୍ଜାମର ୨୭୯, ରାୟଗଡ଼ାର ୧୫୨, କଟକର ୧୨୪, ସୁନ୍ଦରଗଡ଼ର ୧୧୦, ଅନୁଗୁଳର ୯, ବାଲେଶ୍ୱରର ୬୯, ବରଗଡ଼ର ୮, ଭଦ୍ରକର ୫୦, ବଲାଙ୍ଗୀରର ୩୭, ବୌଦ୍ଧର ୩୪, ଢେଙ୍କାନାଳର ୪୩, ଗଜପତିର ୩୫, ଜଗତସିଂହପୁରର ୧୬, ଯାଜପୁରର ୬୦, ଝାରସୁଗୁଡ଼ାର ୩୦, କଳାହାଣ୍ଡିର ୮୪, କନ୍ଧମାଳର ୧୬, କୋରାପୁଟର ୪୭, ମାଲକାନଗିରିର ୩୬, ମୟୁରଭଞ୍ଜର ୩୪, ନବରଙ୍ଗପୁରର ୧୧, ନୟାଗଡ଼ର ୬୧. ନୂଆପଡ଼ାର ୧, ପୁରୀର ୬୭, ସମ୍ବଲପୁରର ୩୯ ଓ ସୋନପୁରର ୩୩ ଜଣ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୩୭୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଗୋଟିଏ ଦିନରେ ୧୨ ମୃତ ଓ ୧୮୩୩ କରୋନା ଆକ୍ରାନ୍ତ ଚିହ୍ନଟ !
