(୦୮/୮) ରାଜ୍ୟ ପାଇଁ ଏକ ଖୁସି ଖବର ଯେ, ‘ସ୍କିଲ୍ ଇଣ୍ଡିଆ’ ତରଫରୁ ଦେଶର ୧୦୬୭୫ ଟି ଆଇଟିଆଇର ବିଭିନ୍ନ ଦିଗକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏଥିରେ ଓଡ଼ିଶାରେ ଥିବା ୧୧ ଟି ଆଇଟିଆଇକୁ ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ଭିତରେ ମାନ୍ୟତା ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାର ବୈଷୟୀକ ଓ ବୃତ୍ତିଗତ ଶିକ୍ଷାର ବିକାଶକୁ ଶକ୍ତିଶାଳୀ କରିବାକୁ ନେଇଥିବା ପଦକ୍ଷେପ ସ୍ୱୀକୃତି ପାଇଛି ବୋଲି କହିଛନ୍ତି ।
ରାଜ୍ୟର ୧୧ ଟି ଆଇଟିଆଇ ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ଭିତରେ !
