ଆଜି ରାଜ୍ୟରେ ଆହୁରି ୫୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରେ କଳାହାଣ୍ଡିରୁ ସର୍ବାଧିକ ୧୧ ଜଣ, ପୁରୀର ଜଣେ, ମୟୁରଭଞ୍ଜର ୩ ଜଣ, ଗଞ୍ଜାମର ୪ ଜଣ, ଯାଜପୁରର ୫ ଜଣ ତଥା ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ଭିତରୁ କେବଳ ୨୮ ଜଣଙ୍କ ତଥ୍ୟ ସରକାର ଯୋଗାଇଥିଲେ ବି ଏଯାଏଁ ବାକି ୨୩ ଜଣଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ସୂଚନାନୁସାରେ ଦେଶରେ ଏଯାଏଁ ୧ ଲକ୍ଷ ୧୨ ହଜାର ୪୪୨ ଜଣ କରୋନା ଆକ୍ରାନ୍ତୁ ଚିହ୍ନଟ ହୋଇଥିବାବେଳେ ୩୪୩୮ଜଣ ମୃତ୍ୟୁ ବରଣ କଲେଣି ଓ ସାରା ବିଶ୍ୱରେ ୫୧ ଲକ୍ଷ ୫ ହଜାର ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଲକ୍ଷ ୩୦ ହଜାର ୪ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
କଳାହାଣ୍ଡିରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ୧୧୦୩ କୁ ବୃଦ୍ଧି
