ଆଜି ଆହୁରି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗୀର ଓ ଭଦ୍ରକରେ ୮ ଜଣ ଲେଖାଏଁ ଚିହ୍ନଟ ।


ଆଜି ରାଜ୍ୟରେ ୧୦୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଂଚିଛି । ଗତକାଲିର ଆକ୍ରାନ୍ତଙ୍କ ସଂଖ୍ୟାରେ ସଂଶୋଧନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମହାରାଷ୍ଟ୍ରର ଏକ ଆକ୍ରାନ୍ତଙ୍କୁ ଅନୁଗୁଳ ଜିଲ୍ଲାରେ ଭୁଲରେ ଜୋଡ଼ି ଦିଆଯାଇଥିବା ପ୍ରକାଶ । ତେବେ ଆଜିର ଆକ୍ରାନ୍ତଙ୍କ ଭିତରେ ଜଗତସିଂହପୁରର ୧୦ ଜଣ, ଭଦ୍ରକ ଓ ବଲାଙ୍ଗୀରର ୮ ଜଣ ଲେଖାଏଁ, କନ୍ଧମାଳ-ଢେଙ୍କାନାଳ-ଯାଜପୁରର ଜଣେ ଲେଖାଏଁ, କୋରାପୁଟର ୬ ଜଣ ଓ ଗଞ୍ଜାମର ୪ ଜଣ ଏଥିରେ ଅନ୍ତୁୁର୍ଭୁକ୍ତ । ରାକ୍ୟର ୩୦ ଜିଲ୍ଲା ଭିତରୁ ୨୮ ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ସୁବର୍ଣ୍ଣପୁର ଓ ରାୟଗଡ଼ା ଜିଲ୍ଲାରୁ ଏଯାଏଁ ଜଣେ ବି ଚିହ୍ନଟ ହୋଇ ନଥିବା ସୂଚନା ମିଳିଛି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ଭିତରୁ ୮୮୧ ଜଣ ଚିକିତ୍ସାଧିନ ଥିବାବେଳେ ୫୫୦ ଜଣ ଭଲ ହେଲେଣି ଓ ୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ଦେଶରେ୧ ଲକ୍ଷ ୩୮ ହଜାର ୯୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୦୨୪ ଜଣ ପ୍ରାଣ ହରାଇଲେଣି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୮୬ ହଜାରର ୪୩୬ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯୯ ହଜାର ୩୦୦ ରେ ପହଂଚିଛି । ତେବେ ସାରାବିଶ୍ୱର ସ୍ଥିତିକୁ ଦେଖିଲେ ୫୫ ଲକ୍ଷ ଉପରେ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ସେ ଭିତରୁ ୩ ଲକ୍ଷ ୪୬ ହଜାର ୭୬୧ ଜଣ ପ୍ରାଣ ହରାଇଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ଆହୁରି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗୀର ଓ ଭଦ୍ରକରେ ୮ ଜଣ ଲେଖାଏଁ ଚିହ୍ନଟ ।