ଗୋଟିଏ ଦିନରେ ରାଜ୍ୟରେ ୧୦୨ ଆକ୍ରାନ୍ତ ଚିହ୍ନଟ, ୧୦୨ ଭିତରୁ କେବଳ ୩ ଜଣ ଓଡ଼ିଶାରେ ରହୁଥିଲେ।

ଆଜି ଗୋଟିଏ ଦିନରେ ରାଜ୍ୟରେ ୧୦୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ କୁ ବୃଦ୍ଧି ପାଇଥିବା ସରକାର ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ କେବେ ବି ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ଗୋଟିଏ ଦିନରେ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି । ଏହା ପୂର୍ବରୁ ଗତ ୧୩ ତାରିଖ ଦିନ ୧୦୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ଏହି ୧୦୨ ଜଣ ଆକ୍ରାନ୍ତଙ୍କ ଭିତରେ ଭଦ୍ରକର ୨୧ ଜଣ, ଅନୁଗୁଳର ୨ ଜଣ, ଯାଜପୁରର ୩୧ ଜଣ, ନୟାଗଡ଼ର ଜଣେ, ଭୁବନେଶ୍ୱରର ୨ ଜଣ, କଟକର ୪ ଜଣ, ସମ୍ବଲପୁରର ୨ ଜଣ ଓ କେନ୍ଦ୍ରାପଡ଼ାର ୮ ଜଣ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୧୦୨ ଜଣ ଆକ୍ରାନ୍ତଙ୍କ ଭିତରୁ ୩ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରୁ ଆସି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣାପଡ଼ିଛି । ଏହା ସହ ଗୋଟିଏ ପ୍ରକାର ନିଶ୍ଚିତ ହୋଇଗଲା ଯେ, ଆଗାମୀ କାଲି ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେକୁ ଟପିବା ଯଥେଷ୍ଟ ସମ୍ଭାବନା ରହିଛି । ଇତିମଧ୍ୟରେ ୭୫ ବର୍ଷ ବୟସ୍କ କଟକର ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗୋଟିଏ ଦିନରେ ରାଜ୍ୟରେ ୧୦୨ ଆକ୍ରାନ୍ତ ଚିହ୍ନଟ, ୧୦୨ ଭିତରୁ କେବଳ ୩ ଜଣ ଓଡ଼ିଶାରେ ରହୁଥିଲେ।