ଗତକାଲିଯାଏଁ ରାଜ୍ୟରେ ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଆଜି ଆହୁରି ୧୦୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୫୩୮ କୁ ବୃଦ୍ଧି ପାଇଛି । ଏହି ୧୦୧ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୨ ଜଣ, ବାଲେଶ୍ୱରର ୩୩ ଜଣ, ଯାଜପୁର ଓ ସୁନ୍ଦରଗଡ଼ର ୭ ଜଣ ଲେଖାଏଁ ଓ କେନ୍ଦୁଝରର ୨ ଜଣ ଥିବା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଆଜି ୧୦୧ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
