୧୦୦ ବର୍ଷର ବୃଦ୍ଧାଙ୍କୁୁ ବ୍ୟାଙ୍କକୁୁ ଖଟିଆରେ ଆଣିବା ଘଟଣା : ୟୁଜିବି ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ


(୧୬/୬) କିଛିଦିନ ହେବ ଜଣେ ୧୦୦ ବର୍ଷର ବୃଦ୍ଧାଙ୍କୁ ଖଟରେ ଶୁଆଇ ଟାଣି ଟାଣି ତାଙ୍କ ୬୦ ବର୍ଷର ଝିଅ ବ୍ୟାଙ୍କକୁ ନେଉଥିବା ଘଟଣା ସୋସିଏଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ବରଗାଁରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ୧୦୦ ବର୍ଷ ବୟସର ବୃଦ୍ଧା ଶ୍ରୀମତୀ ଲାଭେ ବାଗ ଜନଧନ ଯୋଜନାରେ ଏକ ଏକାଉଣ୍ଟ ଖୋଲିଥିଲେ । ତେବେ ସେହି ଏକାଉଣ୍ଟରୁ ଅର୍ଥ ଉଠାଣ କରିବାକୁ ତାଙ୍କ ୬୦ ବର୍ଷର ଝିଅ ବ୍ୟାଙ୍କକୁ ଯିବାରୁ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଅଜିତ କୁମାର ପ୍ରଧାନ ତାଙ୍କ ବୃଦ୍ଧା ମାଆଙ୍କୁ ବ୍ୟାଙ୍କକୁ ନ ଆଣିଲେ ଟଙ୍କା ଉଠାଇ ପାରିବେନି ବୋଲି କହିବାରୁ ସେ ନିଜ ୧୦୦ ବର୍ଷର ମାଆକୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କକୁ ଆଣିଥିଲେ । ଏହି ଘଟଣାଟି ଚାରିଆଡ଼େ ପ୍ରଘଟ ହେବା ଫଳରେ ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଫଳରେ ଘଟଣାର ତଦନ୍ତ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଅଜିତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୧୦୦ ବର୍ଷର ବୃଦ୍ଧାଙ୍କୁୁ ବ୍ୟାଙ୍କକୁୁ ଖଟିଆରେ ଆଣିବା ଘଟଣା : ୟୁଜିବି ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ