କୋଭିଡ୍ କେଆର ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୦ ମୃତ !


(୦୯/୮) ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଏକ ଡାକ୍ତରଖାନା ପକ୍ଷରୁ କୋଭିଡ୍ କେଆର୍ କେନ୍ଦ୍ର ଭାବେ ବ୍ୟବହାର କରୁଥିବା ‘ସ୍ୱର୍ଣ୍ଣ ପେଲେସ୍‌’ ନାମକ ଏକ ହୋଟେଲରେ ନିଆଁ ଲାଗି ଅନ୍ତତଃପକ୍ଷେ ୮ ଜଣ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ସେଠିକାର ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀନିବାସ ରେଡ୍ଡୀଙ୍କ କହିବାନୁଯାୟୀ, ଘଟଣା ଘଟିବା ସମୟରେ ସେଠାରେ ୩୦ ଜଣ କରୋନା ଆକ୍ରାନ୍ତଙ୍କ ପାଇଁ ସୁବିଧା କରା ହୋଇଥିଲା ଓ ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି, ସେସମସ୍ତଙ୍କୁ ରମେଶ ହସପିଟାଲକୁ ପଠାଇ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ସେଠାରେ ରୋଗୀଙ୍କୁ ଦେଖାରେଖା କରିବାକୁ ୫ ରୁ ୧୦ ଜଣ ଷ୍ଟାଫ୍ ମଧ୍ୟ ଥିଲେ । ହୋଟେଲରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ବି ସର୍ଟସର୍କିଟ ଯୋଗୁଁ ଏଇଆ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଘଟଣା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ସମବେଦନା ଜ୍ଞାପନ କରିବା ସହ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସବୁ ପ୍ରକାର ସହଯୋଗ ଏଥିପାଇଁ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଗୁଜରାତର ଅହମ୍ମଦାବାଦର ‘ଶ୍ରେୟା’ ନାମକ ଏକ ହସପିଟାଲରେ ମଧ୍ୟ ଏପରି ନିଆଁ ଲାଗି ଥିବାର ଖବର ମିଳିଥିଲା । ସେଠାରେ ମଧ୍ୟ ୮ ଜଣ କରୋନା ଆକ୍ରନ୍ତ ମୃତ୍ୟୁ ବରଣ କରିଥିବାବେଳେ ବାକି ୪୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଥିଲା । ତେବେ ଦେଶରେ ଗୋଟିଏ ପରେ ଗୋଟିଏ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଥିବା ସ୍ଥାନରେ ଯେଉଁ ଅଘଟଣ ଘଟୁଛି, ଏହାଦ୍ୱାରା ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କୋଭିଡ୍ କେଆର ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୦ ମୃତ !