ବର୍ତ୍ତମାନ ସମୟରେ ୟୁଟ୍ୟୁବ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଲୋକେ ତୁରନ୍ତ ଅନେକ ସୂଚନା ପାଇ ପାରୁଥିବାବେଳେ ହାତ ପାଆନ୍ତାରେ ସେମାନଙ୍କର ମନୋରଞ୍ଜନ ବି ହୋଇପାରୁଛି । କିନ୍ତୁ ଏହାରି ଭିତରେ କିଛି ଖଳ ପ୍ରକୃତିର ଲୋକେ ନିଜକୁ ୟୁଟ୍ୟୁବର ପ୍ରତିନିଧି କହି ଲୋକଙ୍କୁ ଠକିବା ଆରମ୍ଭ କରିଥିବା ଜଣାପଡ଼ିଛି । ଜଣେ ଭାଇଙ୍କର କୌଣସି ଏକ କାରଣବଶତଃ ତାଙ୍କର ଭିଡିଓଟିଏ ୟୁଟ୍ୟୁବରୁ ଡିଲିଟ୍ ହୋଇଯିବାର ଏକ ଇ-ମେଲ୍ ପାଇ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେହି ମେଲରେ ଥିବା ‘ହେଲ୍ପ ସେଣ୍ଟର୍’ କୁ ଯାଇ ଦେଖିବା ପରେ ମୋବାଇଲ ନମ୍ବର ମିଳିଯାଇଥିଲା । ସେହି ନମ୍ବରରେ ଯୋଗାଯୋଗ କରିବାରୁ ୯ ଟଙ୍କା ମାତ୍ର ପଇଠ କରି ଭିଆଇପି ଏକାଉଣ୍ଟ ଖୋଲିଦେଲେ ଆଉ ସେପରି କୌଣସି ଭିଡିଓ ଡିଲିଟ୍ ବି ହେବନି, ବରଂ ଏହାଦ୍ୱାରା ତାଙ୍କର ଭିଡିଓ ଗୁଡ଼ିକ ଅଧିକ ସଂଖ୍ୟାରେ ଲୋକେ ଦେଖି ପାରିବେ । ଏଥିପାଇଁ ସେ ନକଲି ପ୍ରତିନିଧି ତୁରନ୍ତ ଏକ ଏସ୍ଏମ୍ଏସ୍ ପଠାଇଦେଲେ ଓ ସେଥିରେ ଥିବା ଲିଙ୍କ ଯୋଗେ ସେହି ଅର୍ଥଟିକୁ କେବଳ ୟୁପିଆଇ ଦ୍ୱାରା ପଇଠ କରି ସେଠି ଦେଇଥିବା ଫର୍ମରେ ୟୁପିଆଇର ଗୁପ୍ତ ପିନକୋର୍ଡ ଦେବାକୁ ସେ କହିଲେ । ହେଲେ ସେ ଭାଇଜଣକ ଅର୍ଥ ପଇଠ ନ କରି କିଛି ସମୟ ଚୁପ୍ ରହିବା ପରେ ବାରମ୍ବାର ଯେତେବେଳେ ତାଙ୍କ ପାଖକୁ ସେ ନକଲି ୟୁଟ୍ୟୁବ୍ ପ୍ରତିନିଧିଙ୍କଠୁ କଲ୍ ଆସିଲ, ତାପରେ ତାଙ୍କର ସନ୍ଦେହ ବଢ଼ିବାକୁ ଲାଗିଲା । ଫଳରେ ସେ ଆଉ କିଛି ବି ସେଠି ପଇଠ କଲେ ନାହିଁ । ପରେ ଜଣାପଡ଼ିଲା ଯେ, ୟୁଟ୍ୟୁବ୍ ତରଫରୁ ସେମିତି ପଇଠ କରିବା କିଛି ବ୍ୟବସ୍ଥା ନାହିଁ । ଯଦି ସେ ଭାଇ ଆପଣା ଗୁପ୍ତ ପିନ୍ ଦେଇଦେଇଥାନ୍ତେ, ତେବେ ତାଙ୍କ ଏକାଉଣ୍ଟରେ ଥିବା ସବୁଯାକ ପଇସା କ୍ଷଣିକରେ ଅନ୍ୟ ଏକାଉଣ୍ଟକୁ ଚାଲି ଯାଇଥାନ୍ତା ସେ ଗୁପ୍ତ ପିନ୍ ଦ୍ୱାରା ।
ୟୁଟ୍ୟୁବ୍ ବ୍ୟବହାରକାରୀ ସାବଧାନ୍ !
