ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଲକ୍ ଡାଉନ୍ ହଟିବା ପରେ ବାହାର ରାଜ୍ୟରୁ ଓଡ଼ିଶାକୁ ପ୍ରାୟ ୫ ଲକ୍ଷ ଲୋକ ଫେରିବେ । ସୂଚନା ଓ ଜନ ସମ୍ପର୍କ ବିଭାଗ ତରଫରୁ ଦିଆ ଯାଇଥିବା ତାଜା ଖବର ଅନୁସାରେ ଯାଜପୁର ଜିଲ୍ଲାର ୩୮ ବର୍ଷ ବୟସ୍କ ଜଣେ ପୁରୁଷ ଲୋକଙ୍କଠାରେ ଏହି ଭୁତାଣୁ ଥିବା ପରୀକ୍ଷାରୁ ଜଣାପଡ଼ିଛି । ସେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି । ଏହାଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରେ ପହଞ୍ଚିଛି ।
ଲକ୍ ଡାଉନ୍ ହଟିବା ପରେ ବାହାର ରାଜ୍ୟରୁ ଓଡ଼ିଶାକୁ ପ୍ରାୟ ୫ ଲକ୍ଷ ଲୋକ ଫେରିବେ
