ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮୯ ରେ ପହଞ୍ଚିଛି । ବାଲେଶ୍ୱର ଜିଲ୍ଲାର ଜଣେ ୫୫ ବର୍ଷୀୟ ମହିଳା ଓ ୩୬ ବର୍ଷ ବୟସ୍କ ପୁରୁଷଙ୍କଠାରେ କରୋନା ଭୂତାଣୁ ବାହାରିବା ପରେ ୮୯ ଜଣ ଆକ୍ରାନ୍ତଙ୍କ ଭିତରୁ ୫୫ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଓ ୩୩ ଜଣ ସୁସ୍ଥ ହୋଇ ସାରିଲେଣି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଯାଏଁ କେବଳ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶରେ ବର୍ତ୍ତମାନ ସମୟର ତଥ୍ୟ ଅନୁଯାୟୀ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ୍ ୨୧୭୦୦ କୁ ପହଞ୍ଚିଛି ଓ ୬୮୬ ଜଣ ମୃତ୍ୟୁ ବରଣ କଲେଣି । ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ଯେ ଆଜି ଗୋଟିଏ ଦିନରେ ୧୨୨୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସର୍ବମୋଟ୍ ସଂଖ୍ୟା ୭ ଲକ୍ଷ ୭୪୮୬ ରେ ପହଞ୍ଚିଛି ଓ ମୃତକଙ୍କ ସଂଖ୍ୟା ୪୬୭୭୧ ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ସେଠାରେ ୧୪୫୩ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରେ ଓ ଦେଶରେ ୨୧୭୦୦ କୁ ଛୁଇଁଲା
