ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡଠାରେ ରାସ୍ତା ପାଶ୍ୱର୍ରେ ଦୋକାନ କରି ଚଳୁଥିବା ୧୪୦ ଜଣ ବିକାଳୀଙ୍କୁ କରୋନା ପ୍ରଭାବ ଜନିତ କ୍ଷୟକ୍ଷତି ପାଇଁ ଟ.୩୦୦୦ ଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରା ଯାଇଥିବା ଏହି ଆର୍ଥୀକ ସାହାଯ୍ୟ ପ୍ରଦାନ ସମୟରେ ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା, କାର୍ଯ୍ୟ ନିର୍ବାହି ଅଧିକାରୀ ଜୟନ୍ତ ସାହୁ, ହିସାବ ନିରୀକ୍ଷକ ସୌମ୍ୟ ବଲ୍ଲଭ ମହାପାତ୍ର ଓ ଚିତ୍ରୋତ୍ପଳା ମେହେର ଉପସ୍ଥିତ ଥିଲେ । (ଗୋପବନ୍ଧୁଶିକା, ପଦ୍ମପୁର)
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦୋକାନୀଙ୍କୁ ଆର୍ଥୀକ ସାହାଯ୍ୟ ପ୍ରଦାନ
