କଟକ କମିସନରେଟ୍ ପୋଲିସର ମହିଳାଥାନାରେ କାର୍ଯ୍ୟରତ ସବ-ଇନସ୍ପେକ୍ଟର ବର୍ଷା ମହାନ୍ତି ମାନବିକତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଡ୍ୟୁଟି ସାରି ଫେରୁଥିବାବେଳେ ରାସ୍ତାରେ ଏକ ଭୋକିଲା ମହିଳାଙ୍କୁ ପାଇ ତାଙ୍କ ପାଖକୁ ଯାଇ ନିଜ ହାତରେ ତାଙ୍କୁ ଖୁଆଉ ଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ସମୟରେ ସେ ଏପରି କାମ କରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିବାରୁ ପୋଲିସ୍ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।
ମହିଳା ପୋଲିସ୍ ଅଧିକାରୀ ଭୋକିଲାଙ୍କୁ ନିଜ ହାତରେ ଖୁଆଇଲେ ।
