ଶିବରାଜଙ୍କ କ୍ୟାବିନେଟ୍ କାହିଁ? କେବଳ ସେ ଜଣେ ହିଁ ତାଙ୍କ ନିଜ ମନ୍ତ୍ରୀମଣ୍ଡଳରେ ସଦସ୍ୟ ବୋଲି ଚର୍ଚ୍ଚା ଜୋର ଧରିଲାଣି । ମଧ୍ୟପ୍ରଦେଶରେ କମଲ ନାଥ ସରକାର ଭାଙ୍ଗିଯିବା ପରେ ଗତ ମାସ ୨୩ ତାରିଖ ଦିନ ଶିବରାଜ ସିଂ ଚୌହାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ତା ପରଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟରାତ୍ରିରୁ ‘ଲକ୍ ଡାଉନ୍’ ହେବା କଥା ଘୋଷଣା କରିବା ପରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ଆଉ କେହି ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରି ନଥିଲେ । ଫଳରେ କରୋନା ମହାମାରୀର ଭୟାବହତା ସହ ସାରା ବିଶ୍ୱର ଡାକ୍ତର, ନେତା-ମନ୍ତ୍ରୀ ଲୋକଙ୍କୁ ବଞ୍ଚାଇବାକୁ ଆପଣା ଲଢେଇ ଜାରି ରଖିଥିବାବେଳେ ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କେହି ଦାୟିତ୍ୱରେ ନାହାନ୍ତି । ସେଥିପାଇଁ ଏହି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୪ ଛୁଇଁବା ସହ ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମୃତ୍ୟୁ ସଂଖ୍ୟା ୩୬ ହେଲାଣି ବୋଲି ବିରୋଧି ଦଳ ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଗଲାଣି ।
ବିନା ସ୍ୱାସ୍ଥ୍ୟମନ୍ତ୍ରୀରେ ଚାଲିଛି ମଧ୍ୟପ୍ରଦେଶରେ କରୋନା ମୁକାବିଲା
