ପ୍ରାୟ ୧୪୦୦ କୋଟି ଟଙ୍କାର ଋଣ ନ ଶୁଝି ପଳାଇ ଥିବା ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାର ଚେଷ୍ଟା କରୁଥିଲେ ବି ବିଭିନ୍ନ କାରଣ ଦର୍ଶାଇ ସେ ଭାରତକୁ ଫେରୁ ନାହାନ୍ତି । ଏ ସମ୍ପର୍କରେ ସେ କରିଥିବା ଏକ ମାମଲାର ଶୁଣାଣି କରି ଆଜି ଯୁକ୍ତରାଷ୍ଟ୍ରର ହାଇକୋର୍ଟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଫଳରେ ବିଜୟ ମାଲ୍ୟାଙ୍କୁ ଅଷ୍ଟ୍ରେଲିଆ ଭାରତକୁ ପ୍ରତ୍ୟର୍ପଣ କରିବା ବାଟ ଏକ ପ୍ରକାରେ ଫିଟି ଯାଇଥିବା ମନେ ହେଉଛି । ବର୍ତ୍ତମାନ ସେହି ମାମଲାଟି ସେଠିକାର ଗୃହ ସଚିବ ପ୍ରୀତି ପଟେଲଙ୍କ ପାଖକୁ ବିଚାର ପାଇଁ ଯିବ ।
ବିଜୟ ମାଲ୍ୟାଙ୍କ ମାମଲାକୁ ପ୍ରତ୍ୟାଖ୍ୟାନ କଲେ ଯୁକ୍ତରାଷ୍ଟ୍ର ହାଇକୋର୍ଟ ।
